ବ୍ୟାସନଗର: ଚୋରି ଘଟଣାରେ ୬ ଗିରଫ

Advertisment
ବ୍ୟାସନଗର: ଚୋରି ଘଟଣାରେ ୬ ଗିରଫ

ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ଗଣ୍ଡାନାଳ ନିକଟରୁ ଗତ ଡିସେମ୍ବର ମାସରେ ହୋଇଥିବା ଚୋରି ଘଟଣାରେ ୬ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗତ ଡିସେମ୍ବର ମାସ ୩୦ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ କିଛି ପରିବା ବେପାରୀଙ୍କ ଠାରୁ ୪ ହଜାର ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ସେହିପରି ଚଳିତ ମାସ ୮ ତାରିଖ ରାତିରେ ବାଘୁଆପାଳ ଷ୍ଟେସନମାଷ୍ଟର ଅଂଜନି ଶର୍ମା କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ନିକଟରୁ ହିରୋହୋଣ୍ଡା ସ୍ପ୍ଲେଣ୍ଡର ବାଇକ୍‌, ଏକ ମୋବାଇଲ, ୫ ହଜାର ଟଙ୍କା, ଏଟିଏମ, ଆଧାର, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଲୁଟି ନେଇଥିଲେ। ଅଭିଯୋଗ ପରେ କେସ୍‌ ନମ୍ବର ୫୫୧/୨୧ ଓ ୯/୨୨ ରେ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଗ୍ରାମର ଜଗନ ଦାସ(୨୪), କୁମାର ମହାରଣା(୩୧), ରଞ୍ଜନ ମହାରଣା(୨୪), ନଡ଼ିଆଭଙ୍ଗା ଗ୍ରାମର ପ୍ରଶାନ୍ତ ଜେନା(୨୧), ଦାନଗଦୀ ଫାଣ୍ଡି ଅନ୍ତର୍ଗତ ତ୍ରିଜଗାଁ କଲୋନିର ଜିତେନ ପୂର୍ତ୍ତୀ(୨୫), ଦାନଗଦୀ ଗ୍ରାମର ସୋନୁ ସେଠୀ(୨୩)। ଉଭୟ ମାମଲାରେ ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବା ବେଳେ ତାଙ୍କ ନିକଟରୁ ୭ ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଲୁଟ୍‌ ଟଙ୍କାକୁ ଅଭିଯୁକ୍ତମାନେ ଖର୍ଚ୍ଚ କରିଦେଇଥିବା ବେଳେ ଆଧାରକାର୍ଡ, ଏଟିଏମ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଫୋପାଡ଼ି ଦେଇଥିବା ସ୍ୱୀକାର କରିଛନ୍ତି ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ଫାଣ୍ଡି ଅଧିକାରୀ ଅଜୟ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe