ଦେଶୀ ମଦ ବିକୁଥିଲେ, ଧରାପଡ଼ିଲେ ୬

Advertisment

୩୨୫ ଲିଟର ଦେଶୀ ମଦ, ୨ ବାଇକ୍‌ ଜବତ

୩୨୫ ଲିଟର ଦେଶୀ ମଦ, ୨ ବାଇକ୍‌ ଜବତ

ଦେଶୀ ମଦ ବିକୁଥିଲେ, ଧରାପଡ଼ିଲେ ୬

ରାଉରକେଲା: ରାଉରକେଲା ଅବକାରୀ ପୁଲିସ୍‌ ଆଜି ଲାଠିକଟା ଓ ବୀରମିତ୍ରପୁର ଥାନା ଅର୍ନ୍ତତ ବିଭିନ୍ନ ଅଞ୍ଚଳରେ ଦେଶୀ ମଦ ରନ୍ଧାଶାଳରେ ଚଢ଼ଉ କରିଛି। ମଦ ତିଆରି ଓ ଚୋରଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କାର୍ତ୍ତିକ ପୂରଣ, ଗୁରୁବାରୀ ଭୂମିଜ, ଶ୍ରୀମତି ଭୂମିଜ, ଶୋହନ ଭୂମିଜ, ଫୁଲମଣୀ କଚ୍ଛପ ଓ ସାଧୁ କଚ୍ଛପ। ଅଭିଯୁକ୍ତମାନଙ୍କଠାରୁ ୩୨୫ ଲିଟର ଦେଶୀ ମଦ ଓ ୨ ହଜାର କେଜି ମହୁଲ ପୋଚ ଜବତ ହୋଇଛି। ଏହାସହ ମଦ ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍‌ (ଓଡି୧୪-ଜେଡ୍‌-୫୨୯୮ ଓ ଓଆର୍‌୧୪-ଏମ୍‌-୫୧୦୧) ଜବତ କରାଯାଇଛି।

ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଆଜି ଦିନସାରା ଅବକାରୀ ବିଭାଗ ପକ୍ଷରୁ ଲାଠିକଟା ଓ ବୀରମିତ୍ରପୁର ଥାନା ଅନ୍ତର୍ଗତ ସୁଇଡ଼ିହି, କୁଲାମୁଣ୍ଡା, ଏରଗେଡ଼ା ଗଞ୍ଜୁବସ୍ତି, ଧୋବିଘାଟ, ପସରାଠାରେ ଅତର୍କିତ ଚଢ଼ଉ କରାଯାଇଥିଲା। ସେତେବେଳେ ମଦ ତିଆରିରେ ବ୍ୟସ୍ତ ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିଲେ। ତେବେ କିଛି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏହାସହ ପାଟ୍ରୋଲିଂ ସମୟରେ ଦୁଇଟି ବାଇକ୍‌ରେ ମଦ ଚୋରାଚାଲାଣ କରୁଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଏସ୍‌ଆଇ ଶ୍ରୀଧର ମହାନ୍ତିଙ୍କ ସମେତ ମୋବାଇଲ୍‌ ସ୍କ୍ବାଡ୍‌ ଅଧିକାରୀ, ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe