ଦୁଇ ପରିବାରର ଛଅ ବଖରା ଭସ୍ମୀଭୂତ

Advertisment
ଦୁଇ ପରିବାରର ଛଅ ବଖରା ଭସ୍ମୀଭୂତ

କୁହିକା : ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଅନ୍ତର୍ଗତ କୁହିକା ଦେହୁରୀସାହିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ଛଅ ବଖରା ଚାଳଘର ଭସ୍ମୀଭୂତ ହୋଇଯାଇଛି। ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ଚାରିଟା ସମୟରେ କୌଣସି କାରଣରୁ ଏହି ସାହିର ଗାଲୁ ମହାକୁଡ଼ଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଗାଲୁଙ୍କର ଚାରି ବଖରା ଚାଳଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ପଡ଼ୋଶୀ କାର୍ତ୍ତିକ ମହାକୁଡ଼ଙ୍କ ଘରକୁ ଅଗ୍ନି ସଂଯୋଗ ହୋଇ ତାଙ୍କର ୨ ବଖରା ଘର ମଧ୍ୟ ପୋଡ଼ିଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଗାଲୁଙ୍କର ସମସ୍ତ ଅସବାବପତ୍ର ଓ ଖାଦ୍ୟଶସ୍ୟ ଏବଂ କାର୍ତ୍ତିକଙ୍କର ମଧ୍ୟ ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe