୬ ବିଡିଓଙ୍କ ବଦଳି

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ଦିନ  ଓଏଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୬ ବ୍ଲକ୍‌ରେ ନୂଆ ବିଡିଓ ନିଯୁକ୍ତ ହୋଇଛନ୍ତି। ସମ୍ବିତ ଶତପଥୀଙ୍କୁ ପୁରୀ ସଦର, ସୁନିଲ ମେହେରଙ୍କୁ ବରଗଡ଼ ଜିଲ୍ଲାର ଝାରବନ୍ଧ ବିଡିଓ, ଆଶିଷ ରଞ୍ଜନ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବିଡିଓ, ଲକ୍ଷ୍ମୀଧର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବିଡିଓ, ଉମାକାନ୍ତ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବିଡିଓ ଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କର ପଦ୍ମପୁର ବିଡିଓ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ଏହା ବାଦ୍ ଲକ୍ଷ୍ମୀପ୍ରସାଦ ସାହୁଙ୍କୁ କାଶୀନଗର ତହସିଲ୍‌ଦାର ଓ ସୁଶ୍ରୀ ପ୍ରଧାନଙ୍କୁ କଳାହାଣ୍ଡି ଡେପୁଟି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଏହା ସହ ରାଜସ୍ବ ବିଭାଗ ପକ୍ଷରୁ ୧୧ ଜଣ ଓଆର୍‌ଏସ୍‌ ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe