Bike Accident: ଠିଆ ଟ୍ରକ୍‌କୁ ପିଟି, ମୁହାଁମୁହିଁ ଧକ୍କାରେ ୭ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସଡ଼କ ଦୁର୍ଘଟଣାରେ ୭ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। କେଉଁଠି ଟ୍ରକ୍‌କୁ ପଛରୁ ବାଇଟ୍‌ ପିଟିଥିବା ବେଳେ ଆଉ କେଉଁଠି ମୁହାଁମୁହିଁ ଗାଡ଼ ଧକ୍କା ହୋଇଛି। ସେହିପରି ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। 

bike accident

Six people killed in accident in differnt places. Photograph: (sambad.in)

ରାଇଘର/ମୁନିଗୁଡ଼ା/ସଇଁତଳା: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସଡ଼କ ଦୁର୍ଘଟଣାରେ ୭ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। କେଉଁଠି ଟ୍ରକ୍‌କୁ ପଛରୁ ବାଇଟ୍‌ ପିଟିଥିବା ବେଳେ ଆଉ କେଉଁଠି ମୁହାଁମୁହିଁ ଗାଡ଼ ଧକ୍କା ହୋଇଛି। ସେହିପରି ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। 

ଟ୍ରକ୍‌ ପଛକୁ ଧକ୍କା ଦେଇ ଦୁଇ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁରୁବେଲା ନିକଟସ୍ଥ ନିର୍ମାଣଧୀନ ଭାରତମାଲା ରାସ୍ତାରେ ଏକ ଠିଆ ରହିଥିବା ଟ୍ରକ୍‌ର ପଛରେ ବାଇକ ପିଟି ହେବା ଫଳରେ ଦୁଇ ଆରୋହୀଙ୍କ ଘଟଣାସ୍ଥଳରେ ମୃତ ହୋଇଥିବା ଜଣାପଡ଼ିଛିl ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକଙ୍କ ମଧ୍ୟରୁ ଜଣେ ରୋହିତ ପୂଜାରୀ ଏବଂ ଅନ୍ୟ ଜଣେ ରାଜୁ ପାଣ୍ଡେl ଦୁଇ ଜଣ କଚରାପାରା (ଆଦିବାସୀ) ଗ୍ରାମର ହୋଇଥିବା ବେଳେ ରାଇଘର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l ଭାରତମାଳା ରାସ୍ତାର କୁରୁବେଲା ଛକ ନିକଟରେ ଖରାପ ହୋଇ ପଡ଼ିଥିବା ଏକ ଟ୍ରକ (ଏପି ୩୯ ଟିଏ ୮୧୬୬) ସହିତ ଧକ୍କା ହୋଇଥିଲେ। ଆଜି ଦିନ ପ୍ରାୟ  ସାଢେ ତିନିଟା ସମୟରେ ଦୁଇ ସାଙ୍ଗ ରୋହିତ ଏବଂ ରାଜୁ ଏକ ବାଇକ (ଓଡି ୨୪ସି ୨୪୩୦) ଯୋଗେ ଉମରକୋଟ ଆଡ଼ୁ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ ପଛରେ ପିଟି ହୋଇଯାଇଥିଲେl ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲାl ବାଇକ୍‌ଟି ଦ୍ରୁତଗତିରେ ଥିବାରୁ ଏଭଳି ଦୁର୍ଘଟଣାରେ ଘଟିଥିବା କିଛି ପ୍ରତକ୍ଷଦର୍ଶୀ କହିଛନ୍ତି।  

ଆହୁରି ପଢ଼ନ୍ତୁ: Vigilance Raid: ୪୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବା ବେଳେ ଅନ୍ୟ ଜଣେ ମୁନିଗୁଡ଼ା ଥାନା ଅର୍ନ୍ତଗତ ବାଙ୍କିଲି ଗ୍ରାମର ଅର୍ଜୁନ ଶିକକା ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି। ଗୋବର୍ଦ୍ଧନ ଗ୍ରାମର ଦେବାଶିଷ ସାହୁ ନିଜ ମା’ଙ୍କର ଦେହ ଅସୁସ୍ଥ ଥିବାରୁ ଅଟୋ ଯୋଗେ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ ପଠାଇ ନିଜେ ବାଇକ ଯୋଗେ ବିଷମକଟକ ଯାଉଥିବା ବେଳେ ଅନ୍ୟ ପଟୁ ମୁନିଗୁଡ଼ା ଥାନା ଅନ୍ତର୍ଗତ ବାଙ୍କିଲ ଗ୍ରାମର ଅର୍ଜୁନ ଶିକକା ନାମକ ଯୁବକ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାମୁହିଁ ଧକା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପ୍ରଚାର ହେବା ପରେ  ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି। ତେବେ ମୁନିଗୁଡ଼ା ପୁଲିସ ମେଡ଼ିକାଲ ରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।ଶବ ବ୍ୟବଚ୍ଛେଦ ପରେ ଉଭୟ ଙ୍କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: Abhijit Majumdar in coma: ସୁଧୁରୁନି ସ୍ବାସ୍ଥ୍ୟାବସ୍ଥା, ଏବେ ବି କୋମାରେ ଅଭିଜିତ ମଜୁମଦାର

ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ 

ବାଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥର ଲୁହୁରାପାଳି-ବରାହମାଳ ଠାରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀ ମୃତୁ ହେଇଛି। କଳାହାଣ୍ଡି ଜିଲ୍ଲା ରାମପୁର ଓ ବିଜେପୁର ଅଞ୍ଚଳ ପ୍ରଶାନ୍ତ ନାଏକ(୩୦), ହେମନ୍ତ ନାଏକ (୩୦)  ଘରୁ ଭବାନୀପାଟଣା ଯାଉଛୁ କହି ବାହାରି ଥିଲେ। କିନ୍ତୁ ଅନ୍ୟ କୋଣସି କାମରେ ସଇଁତଲା ଥାନା ଅଞ୍ଚଳକୁ ଆସି ଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥ ବରାହମାଳ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକ ଧକ୍କା ଦେଇ ଫେରାର ମାରି ଥିଲା। ଦୃଘଟଣାରେ ଦୁଇ ଯୁବକ ଘଟଣାସ୍ଥଳରେ ମୃତୁବରଣ କରିଥିଲେ। ଖବର ପାଇ ପୁଲିସ ପହଁଚି ଉଦ୍ଧାର କରିବା ସହ ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରି ଥିବା ବେଳେ ଡାକ୍ତର ମୃତୁ ଘୋଷଣା କରିଥିଲେ। 

ଦୁଇ ବାଇକ୍‌ ମୁହାଁମୁହିଁ ଧକା, ଜଣେ ମୃତ 

ସେହିପରି ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅନ୍ତର୍ଗତ ଅଲାପକା ଗ୍ରାମରେ ଦୁଇ ବାଇକ ମୁହାଁମୁହିଁ ଧକା ହେବାରୁ ବଡଭାଇ ଗୁରୁତର ହୋଇଥିବାବେଳେ ସାନ ଭାଇର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି କି ବଡ଼ଗାଁ ଥାନାର ଶିଙ୍ଗାରମୁଣ୍ଡା ଗ୍ରାମରୁ ବଡଭାଇ ଗଜେନ୍ଦ୍ର ବଡେ଼କ (୪୫) ଓ ସାନଭାଇ ଭରତ ବଡେ଼କ (୨୮) ହୋଣ୍ଡା ବାଇକ (ଓଡି ୨୩କେ ୫୬୫୪) ଅଲାପକା ଗ୍ରାମକୁ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେବା ପାଇଁ ଆସୁଥିଲେ। ଠିକ ୧୦ଟା ସମୟରେ ଅଲାପକା ଗ୍ରାମ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ବାଇକ୍‌ (ଓଡି ୧୫ ଏମ ୭୧୮୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe