ବିଧାନସଭାରୁ ୬ କରୋନା ଆକ୍ରାନ୍ତ

ଖଣି ଦୁର୍ନୀତିକୁ ନେଇ କମ୍ପିଲା ବିଧାନସଭା

odishaassembly.nic.in

ଭୁବନେଶ୍ବର : ବିଧାନସଭାର ୬ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ କର୍ମଚାରୀ ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡି ବର୍ଗର। ଏହି କର୍ମଚାରୀଙ୍କୁ ଘରେ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଥିଲେ ହେଁ ସେମାନେ ବିଭିନ୍ନ ହାଟ, ବଜାର ବୁଲୁଥିବାରୁ ଏବେ ସେମାନେ ସୁପରସ୍ପ୍ରେଡର ସାଜିବାର ଆଶଙ୍କା ସୃଷ୍ଟି ହୋଇଛି।

ଗତ ମାସକ ତଳେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ବିଧାୟକମାନେ ଯୋଗ ଦେଇ ଯିବା ପରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେତେବେଳେ ଏହି କର୍ମଚାରୀମାନେ ଉକ୍ତ ବିଧାୟକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭାର ୧୪ଜଣ କର୍ମଚାରୀଙ୍କର ସ୍ବାବ୍‌ ସଂଗ୍ରହ ହୋଇଥିବାବେଳେ ଏବେ ଏହି ୬ଜଣଙ୍କର ରିପୋର୍ଟ ଆସିଛି। ସମସ୍ତଙ୍କର ପଜିଟିଭ୍ ବାହାରିଛି। ବାକି ୮ଜଣ ସଙ୍ଗରୋଧରେ ଥିବାବେଳେ ‌ଏପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ଆସିନି। ତେଣୁ ବିଧାନସଭା କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଅପରପକ୍ଷେ ଏହି ୬ଜଣ କର୍ମଚାରୀ କରୋନା କଟକଣା ଉଲ୍ଲଂଘନ କରିବା ସହ ଆଇସୋଲେସନ୍ ନିୟମ ଭାଙ୍ଗି ବାହାରେ ବୁଲୁଥିବାରୁ ସେମାନଙ୍କ ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe