ଅକାଳରେ ଚାଲିଗଲା ୬ ଜୀବନ : ସାପ କାମୁଡ଼ାରେ ଭାଇ, ଭଉଣୀ ମୃତ

Advertisment

ବଜ୍ରପାତରେ ୨ମୃତ, ସ୍କର୍ପିଓ-ବାଇକ୍ ମୁହାଁମୁହିଁ: ୨ ମୃତ

ବଜ୍ରପାତରେ ୨ମୃତ, ସ୍କର୍ପିଓ-ବାଇକ୍ ମୁହାଁମୁହିଁ: ୨ ମୃତ

ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

medium.com

ଖମାର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁ ଉନ୍ନତି ଘଟିଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ କିଛି ଲୋକ ଏ ସଂପର୍କରେ ସଚେତନ ହୋଇପାରିନାହାନ୍ତି। ଏହିଭଳି ସଚେତନତାର ଅଭାବରୁ ଅନୁଗୁଳ ଜିଲ୍ଲା ଖମାର ଥାନା ଦାମୋଦରପୁର ଗାଁର ଦୁଇ ନାବାଳକ ଭାଇ, ଭଉଣୀଙ୍କ ଜୀବନ ଚାଲିଯାଇଛି। ମୃତ ଭାଇ, ଭଉଣୀ ଦୁଇଜଣ ହେଉଛନ୍ତି ଦାମୋଦରପୁରର ମଧୁ ଲାଗୁରୀଙ୍କ ପୁଅ ବିକାଶ (୧୨) ଓ ଝିଅ ରୀନା(୧୦)।

ପୁଲିସ ସୂତ୍ରରୁ ପ୍ରକାଶ, ମଧୁ ଲାଗୁରୀଙ୍କର ୩ଟି ସନ୍ତାନ- ୨ଟି ପୁଅ ଓ ଗୋଟିଏ ଝିଅ। ସବୁଦିନ ଭଳି ସେ ଗତ ୧୭ ତାରିଖରେ ପତ୍ନୀ ଓ ପୁଅ,ଝିଅଙ୍କ ସହ ଘରେ ଶୋଇଥିଲେ। ରାତି ପ୍ରାୟ ୧୨ଟାବେଳେ ବଡ଼ପୁଅ ବିକାଶର ଡାହାଣ ହାତକୁ ଓ ଝିଅ ରୀନାର ପେଟକୁ ଏକ ଚିତିସାପ କାମୁଡ଼ିଥିଲା। ବିକାଶ ଏହା ବାପା ଓ ମା’ଙ୍କୁ ଜଣାଇଥିଲେ। ତୁରନ୍ତ ଡାକ୍ତରଖାନାକୁ ନେବା ବଦଳରେ ମଧୁ ଓ ତାଙ୍କ ପତ୍ନୀ ବିକାଶଙ୍କ ହାତ‌ରେ ଏକ ସୂତା ବାନ୍ଧିଦେଇ ସକାଳକୁ ଅପେକ୍ଷା କରିଥିଲେ। ତେବେ ସକାଳ ହେବା ପୂର୍ବରୁ ବିକାଶଙ୍କର ମୃତ୍ୟୁ ଘଟିଥିଲା। ସେତେବେଳକୁ ରୀନା ଅବସ୍ଥା ଅଣାୟତ୍ତ ହୋଇପଡ଼ିଥିଲା। ସକାଳ ପ୍ରାୟ ୬ଟାବେଳେ ରୀନାଙ୍କୁ ଖମାର ଡାକ୍ତରଖାନାକୁ ନିଆଯାଇଥିଲା। ଏଠା‌ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାଟରେ ରୀନାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ପରିବାର ଲୋକ ରୀନାଙ୍କ ମୃତଦେହ ଘରକୁ ଫେରାଇ ଆଣିଥିଲେ।

ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଡାକ୍ତରଖାନାକୁ ପଠାଇଛି।

ବଜ୍ରପାତରେ ୨ମୃତ
ଅମ୍ବାଦଳା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳାରେ ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତରେ ସ୍ଥାନୀୟ ହରିଜନ ସାହିର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ନରେଶ ସୁନା(୨୨), ଅଜୁଲାଲ ପାଲକା (୩୫) ଓ ତ୍ରିପତି ହିଆଲ (୪୦) ସ୍ଥାନୀୟ ବେଦାନ୍ତ ରେଳଲାଇନର ୫ ନମ୍ବର ପୋଲ ନିକଟକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ନରେଶ ଓ ଅଜୁଲାଲ ପାଲକା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ତ୍ରିପତି ମଧ୍ୟ ସାମାନ୍ୟ ଆହାତ ହୋଇଥିଲେ। ଖବର ପାଇ ପରିବାର ସହ ଗ୍ରାମବାସୀ ପହଞ୍ଚି ୩ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସଚିନ ତ୍ରିପାଠୀ ପରୀକ୍ଷା କରି ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅମ୍ବାଦଳା ପୁଲିସ ଏଏସଆଇ ପ୍ରତାପ ବେହେରା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ଅମ୍ବାଦଳା ରାଜସ୍ବ ନିରୀକ୍ଷକ ଆଇ. ଶ୍ରୀନିବାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏନେଇ ସେ ମୁନିଗୁଡ଼ା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ମୃତକ ପରିବାରକୁ ଆର୍ଥିକ ସାହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସ୍କର୍ପିଓ-ବାଇକ୍ ମୁହାଁମୁହିଁ: ୨ ମୃତ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଡଙ୍ଗେରି ଛକ ୫୯ ନମ୍ବର ଜାତୀୟ ରାଜପଥରେ ଆଜି ରାତି ୮ଟାରେ ସ୍କର୍ପିଓ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ, ପର୍ତ୍ତମାହା ପଞ୍ଚାୟତ କିଡ଼୍ରମାଲା ଗ୍ରାମର ପ୍ରକାଶ ପ୍ରଧାନ (୪୫) ଓ ମିଲୁ ପ୍ରଧାନ (୪୦)।

ଉଭୟ ଏକ ଘୁଷୁରୀ କାଟି ପଟାଙ୍ଗି ଗ୍ରାମରୁ ନିଜ ଗାଁ ପର୍ତ୍ତମାହା ଫେରୁଥିବା ସମୟରେ ‌ଡଙ୍ଗେରି ଛକରେ ବିପରୀତ ଦିଗରୁ ଆସୁଥିବା ଏକ ସ୍ପର୍ପିଓ ସେମାନଙ୍କୁ ସାମ୍ନାପଟୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ହିଁ ପ୍ରକାଶ ଓ ମିଲୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଲୋକମାନେ ରାସ୍ତାରୋକ କରିଥିଲେ। ଦାରିଙ୍ଗବାଡ଼ି ଥାନାଧିକାରୀ କୌଶିକ ମାଝୀ ବୁଝାସୁଝା କରିବା ପରେ ଦୁଇ ଶବକୁ ଡାକ୍ତରଖାନା ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe