୬ ଡାକ୍ତର ଅନୁପସ୍ଥିତ: ରୋଗୀ ହନ୍ତସନ୍ତ, ମେଡିକାଲ ଆଗରେ ରାସ୍ତାରୋକ

୬ ଡାକ୍ତର ଅନୁପସ୍ଥିତ: ରୋଗୀ ହନ୍ତସନ୍ତ, ମେଡିକାଲ ଆଗରେ ରାସ୍ତାରୋକ

ରା.ଉଦୟଗିରି: ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ଜେନା ବାଥରୁମରେ ପଡ଼ିଯିବା ପରେ ୧୦୮ ଯୋଗେ ଶହେ ମିଟର ଦୂର ମେଡିକାଲକୁ ଆସିଥିଲେ। ସେଠାରେ ବହୁତ ସମୟ ଅପେକ୍ଷା କରିବା ପରେ ମଧ୍ୟ କୌଣସି ଡାକ୍ତର ତାଙ୍କୁ ଆଟେଣ୍ଡ କରିବାକୁ ଆସିନଥିଲେ। ଖବର ବୁଝୁବୁଝୁ ଜଣାପଡ଼ିଲା ଯେ ଏଠି ଦାୟିତ୍ୱ ନିର୍ବାହ କରୁଥିବା ୬ଡାକ୍ତର ମଧ୍ୟରୁ କେହି ମଧ୍ୟ ମେଡିକାଲରେ ନାହାନ୍ତି। ଏଥିରୁ ୩ଜଣ ପିଜି ପରୀକ୍ଷା ଦେବାପାଇଁ ଯାଇଥିବାବେଳେ ଜଣେ ପାରଳାଖେମୁଣ୍ଡିରେ କୋଭିଡ ଡ୍ୟୁଟି କରୁଛନ୍ତି। ଆଉ ଦୁଇଜଣଙ୍କ ମଧ୍ୟରୁ କେହି ମଧ୍ୟ ନାହାନ୍ତି। ମେଡିକାଲର ଏଭଳି ପରିସ୍ଥତି ଦେଖି ରୋଗୀଙ୍କୁ ଆଣିଥିବା ସମ୍ପର୍କୀୟମାନେ ବିରକ୍ତ ହୋଇଥିଲେ।

publive-image

ଅଚାନକ ଶତାଧିକ ମହିଳା ଓ ପୁରୁଷ ମିଶି ମେଡିକାଲ ମୁହଁରେ ରାସ୍ତାରୋକ କରିଥିଲେ। ୨୦ମିଟର ଦୂରରେ ଥିବା ପୁଲିସ ଥାନା କିଛି କରିପାରିନଥିଲା। ଏପଟେ ଜିଲ୍ଲାପାଳ ନଆସିଲେ ରାସ୍ତାରୋକ ହଟିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ଆନ୍ଦୋଳନକାରୀମାନେ। ରୋଗୀର କଣ ହେଲେ କିଏ ଦାୟୀ ହେବ ବୋଲି ମଧ୍ୟ ପଚାରିଥିଲେ। ଏପଟେ ଅସୁସ୍ଥ ରାଜେନ୍ଦ୍ର ଜେନାଙ୍କ ମୃତ୍ୟୁ ହୋଇଯାଇଥିବା ଶୁଣାଯାଉଥିବା ବେଳେ ଏନେଇ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଏଣେ ଏବେ ପହଞ୍ଚିଥିବା ଡାକ୍ତର ସୁଧାଂଶୁ ଶେଖର ପଣ୍ଡା କହିଲେ ଯେ ରୋଗୀ ରାଜେନ୍ଦ୍ର ଜେନାଙ୍କ ଘରେ ହିଁ ମୃତ୍ୟୁ ହୋଇଛି, ମେଡିକାଲରେ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe