Advertisment

ଏସ୍‌ସିବିକୁ ଆସିବ ୬ ଏକ୍‌ମୋ ମେସିନ୍‌

Advertisment

ଆବଶ୍ୟକ ଭିତ୍ତିଭୂମି ଓ କର୍ମଚାରୀ ନେଇ ରିପୋର୍ଟ ଦେଲେ କର୍ତ୍ତୃପକ୍ଷ

ଆବଶ୍ୟକ ଭିତ୍ତିଭୂମି ଓ କର୍ମଚାରୀ ନେଇ ରିପୋର୍ଟ ଦେଲେ କର୍ତ୍ତୃପକ୍ଷ

ଏସ୍‌ସିବିରେ ବାୟୋମେଟ୍ରିକ୍ସ ପାଇଁ ୧୦ ଲକ୍ଷ ଖର୍ଚ୍ଚ: ଏନ୍‌ଏମ୍‌ସି ଯାଉଯାଉ ଅଚଳ ହେଇଗଲା ମେସିନ୍‌

Justdial

କଟକ : ରାଜ୍ୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡୁଛି। ଏହାକୁ ରୋକିବା ପାଇଁ ରାଜ୍ୟର ସବୁଠାରୁ ବଡ଼ ରେଫେରାଲ ହସ୍ପିଟାଲ କଟକ ବଡ଼ ଡାକ୍ତରଖାନା ପାଇଁ ପ୍ରଥମ ପର୍ଯ୍ୟାୟରେ ୬ଟି ଏକ୍‌ମୋ (ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରନ୍ ଅକ୍ସିଜେନସେନ୍) ଆଣିବାକୁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଦୁଇଦିନ ତଳେ ଏକ ୬ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଏହା ଏସ୍‌ସିବି ହୃଦ୍‌ବନ୍ଧଶଲ୍ୟ ବିଭାଗ ବା କାର୍ଡିଓଥେରାସିସ୍‌ ଆଣ୍ଡ୍‌ ଭାସ୍କୁଲାର ସର୍ଜରି ବା ସିଟିଭିଏସ୍ ବିଭାଗରେ ଲଗାଯିବ।

ସୂଚନା ଅନୁସାରେ, ଏହି ୬ଟି ଏକ୍‌ମୋ ମେସିନ୍‌ ଏସ୍‌ସିବିକୁ ଅଣାଗଲେ ପାଖାପାଖି ୩୦ରୁ ଅଧିକ ବିଶେଷଜ୍ଞ ଡାକ୍ତର, ରକ୍ତ ସଞ୍ଚାଳକ, ପାରାମେଡିକାଲ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ଓ କେଉଁ ଭିତ୍ତିଭୂମି ଆବଶ୍ୟକ, ସେ ସଂପର୍କରେ ଏସ୍‌ସିବି କର୍ତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଅନ୍ୟପଟେ ସିଟିଭିଏସ୍‌ ବିଭାଗରେ ଯେହେତୁ ୬ଟି ଆଇସିୟୁ ରହିଛି ତେଣୁ ୬ଟି ଏକ୍‌ମୋ ମେସିନ୍‌ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବିକୁ ଆସିବ।

ଉଲ୍ଲେଖଯୋଗ୍ୟ, ଡିଏମ୍ଇଟି ପଫେସର ଡାକ୍ତର ସିବିକେ ମହାନ୍ତି, ଏସ୍‌ସିବି ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ନି‌ଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ନିବେଦିତା ପାଣି, ପଲ୍ୟୁମୁନାରି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଂଜନ ପଟ୍ଟନାୟକ, ସିଟିଭିଏସ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ଓ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ଏହି ବୈଷୟିକ କମିଟିରେ ସଦସ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe