ଜାଲରେ ପଡ଼ିଲା ୬ ଫୁଟ୍ ଲମ୍ବର ସାପ

Advertisment
ଜାଲରେ ପଡ଼ିଲା ୬ ଫୁଟ୍ ଲମ୍ବର ସାପ

ଭୋଗରାଇ: ଭୋଗରାଇ ବ୍ଲକ ଶଙ୍ଖାରି ପଞ୍ଚାୟତ ନାଫରାଇ ଗାଁରୁ ୬ ଫୁଟ୍ ଲମ୍ବର ପୁଣି ଏକ ବାହାରାଚିତେଇ ସାପ ଧରାଯାଇଛି। ମାସକ ମଧ୍ୟରେ ଏଭଳି ତିନିଟି ସାପ ଭୋଗରାଇର ବିଭିନ୍ନ ଅଞ୍ଚଳରୁ ଧରାଗଲାଣି।

ଗୁରୁବାର ନାଫରାଇ ଗ୍ରାମର ଗୋପାଳ ଦିଣ୍ଡାଙ୍କ ବାଡ଼ିରେ ବନ୍ଧା ହୋଇଥିବା ଏକ ଜାଲରେ ସାପଟି ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ଉଦୟପୁର ବନପାଳ ଅଜୟ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ସେଖ୍ ଇଜରାଇଲ୍ ଗାଁରେ ପହଞ୍ଚି ସାପଟିକୁ କୌଶଳକ୍ରମେ ଧରିବା ପରେ ବିଚିତ୍ରପୁର ବନୀ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି। ସାପଟି ଅବିକଳ ଅଜଗର ଭଳି ଦେଖା ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଏହାକୁ ବାହାରାଚିତେଇ ପ୍ରଜାତିର ସାପ ବୋଲି କୁହାଯାଇଛି। ସାପଟିକୁ ଦେଖିବାକୁ ଗୋପାଳଙ୍କ ଘରେ ଶହଶହ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe