ଉପରମୁଣ୍ଡରେ କମୁଛି ବର୍ଷା: ହୀରାକୁଦର ୬ ଗେଟ୍‌ ବନ୍ଦ, ୪୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

Advertisment
ବଢ଼ିବ ସଂକଟ! ହୀରାକୁଦ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି; ଆହୁରି ଖୋଲିବ ୯ଟି ଗେଟ୍‌

Hirakud Dam. Photo: Sambad

ସମ୍ବଲପୁର: ୨ ଦିନ ଧରି ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ହ୍ରାସ ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ କମିଛି। ଫଳରେ ଆଜି ଅପରାହ୍‌ଣରୁ ଦୁଇଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରାଯାଇଛି। ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷରୁ ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଏଥିରେ ବାମ ପଟରେ ୨୫ ଏବଂ ଡାହାଣ ପଟରେ ୧୫ଟି ଗେଟ୍‌ ଖୋଲା ଅଛି। ଜଳଭଣ୍ଡାରର ଜଳସ୍ତର ୬୨୭.୭୯ ଫୁଟ ରହିଛି।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୫୧ ହଜାର ୮୪୩ କ୍ୟୁସେକ ପାଣି ପ୍ରବେଶ କରୁଛି ଓ ୬ ଲକ୍ଷ ୮୯ ହଜାର ୯୬୨ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାରରୁ ସ୍ପିଲଓ୍ବେ ଦେଇ ୬ ଲକ୍ଷ ୭୩ ହଜାର ୯୦୬ କ୍ୟୁସେକ, କେନାଲକୁ ୯୭୭ କ୍ୟୁସେକ, ପାଓ୍ବାର ଚେନାଲକୁ ୧୪ ହଜାର ୯୦୯ କ୍ୟୁସେକ, କାରଖାନା ୧୭୦ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ବେଲଗାଁରେ ୨୮ ହଜାର କ୍ୟୁସେକ, ପଥର୍ଲାରେ ୮୦ ହଜାର ୬୭୩ କ୍ୟୁସେକ, ଖଇରମାଳକୁ ୯ ଲକ୍ଷ ୮୪ ହଜାର କ୍ୟୁସେକ, ବରମୁଳରେ ୯ ଲକ୍ଷ ୩୩ ହଜାର ୫୦୦ କ୍ୟୁସେକ, ମୁଣ୍ଡଳିରେ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ ପାଣି ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଜଳଭଣ୍ଡାରର ଉପରମୁଣ୍ଡରେ ୨.୮୧ ମିଲିମିଟର, ତଳମୁଣ୍ଡରେ ୦.୬୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୁର୍ଲା ପାଓ୍ବାର ହାଉସରେ ୧୧୧.୨୯୨ ମେଗାଓ୍ବାଟ, ଚିପିଲିମାରେ ୩୫.୮୩୩ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe