ହୀରାକୁଦର ୬ ଗେଟ୍ ଖୋଲିଲା

Advertisment
୨୩‌‌‌‌ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟା ଜଳ

Biznext India

ସମ୍ବଲପୁର : ହୀରାକୁଦ ଜଳସ୍ତର ୬୨୯ ଫୁଟ୍‌ ଅତିକ୍ରମ କରିଥିବାବେଳେ ଦୁଇଦିନ ହେଲା ବନ୍ଧ ଉପର ମୁଣ୍ଡରେ କିଛି କିଛି ବର୍ଷା ଲାଗି ରହିଛି। ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ବଡ଼ଧରଣର ଲଘୁଚାପ ବର୍ଷାର ପୂର୍ବାନୁମାନ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ସୋମବାର ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ୬ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାର ଖାଲି କରିବା ପାଇଁ ମଙ୍ଗଳବାର ଆହୁରି ଗେଟ୍‌ ଖୋଲିବା ସମ୍ଭାବନା ରହିଛି।

ହୀରାକୁଦ ଅପର୍‌ ବେସିନ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮.୪ ଫୁଟ୍‌ ରହିବା କଥା। କିନ୍ତୁ, ସୋମବାର ଦିନ ୧୦ଟା ବେଳକୁ ଜଳସ୍ତର ଏହାଠାରୁ ଗୋଟିଏ ଫୁଟ୍‌ ଅଧିକ ଅର୍ଥାତ୍‌ ୬୨୯.୪ ଫୁଟ୍‌ ହୋଇ ସାରିଥିଲା। ଏହାଛଡ଼ା ୨୦, ୨୧ ଓ ୨୨ ତାରିଖରେ ବଡ଼ ଧରଣର ଲଘୁଚାପ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ, ଜଳଭଣ୍ଡାର ଖାଲି କରିବା ଜରୁରି ହୋଇ ପଡ଼ିଛି। ସେହି କାରଣରୁ ସୋମବାର କିଛି ଗେଟ୍ ଖୋଲା ଯାଇଥିଲାବେଳେ ଆଜି ଆହୁରି ଗେଟ୍ ଖୋଲିବା ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ରାତି ୬ଟା ବେଳେ ହୀରାକୁଦ ଜଳସ୍ତର ୬୨୯.୨୩ ଫୁଟ୍‌ ରହିଥିଲା। ଜଳଭଣ୍ଡାରକୁ ହାରାହାରି ୯୪,୫୧୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୩୯,୯୭୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୭.୮୭ ମିଲିମିଟର୍ ଓ ତଳ ମୁଣ୍ଡରେ ୨୮.୦୩ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe