ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୬ ଜଣ ଝିଅ, ୫ ଉଦ୍ଧାର

Advertisment
ଆଜି ବି ନିଖୋଜ ପିଙ୍କିଙ୍କୁ ଉଦ୍ଧାର କରିବାଲାଗି ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ

ସମ୍ବଲପୁର: ସାରା ଦେଶରେ ଦଶହରାକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ସମ୍ବଲପୁରରୁ ଆସିଛି ଏକ ଅଭାବନୀୟ ଖବର । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୬ ଜଣ ଝିଅ ପାଣିରେ ଭାସି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏମାନେ  ସକାଳେ ମହାନଦୀରେ ସ୍ନାନ କରିବାକୁ ବାହାରିଥିଲେ। ସେମାନେ ଗାଧୋଇ ସାରି ଦେବୀ ଦର୍ଶନ କରିବାର ଯୋଜନା ରଖିଥିବା କୁହାଯାଉଛି।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସଡ଼କ ଘାଟ ନିକଟରେ । ୬ ଜଣ ଝିଅ ପାଣିରେ ଭାସିଯିବା ଖବର ସାମ୍ନାକୁ ଆସିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ପୁଲିସ ଓ ସ୍ଥାନୀୟ ଲୋକ ମିଶି  ଉଦ୍ଧାର କାମଆରମ୍ଭ କରିଥିବା ଜଣାଯାଇଛି । ଶେଷ ଖବର ସୁଦ୍ଧା ୫ ଜଣ ଝିଅକୁ ଉଦ୍ଧାର କରାଯାଇଛି । ଏବେବି ଜଣଙ୍କର ପତା ମିଳୁନି । ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe