ଶିବନାରାୟଣପୁରରେ ଜଳିଗଲା ୬ ବଖରା

Advertisment
ଶିବନାରାୟଣପୁରରେ ଜଳିଗଲା ୬ ବଖରା

ହାଟଡିହି : ହାଟଡିହି ବ୍ଲକ୍‌ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଶୁକ୍ରବାର ଅପରାହ୍‌ଣ ୪ଟାବେଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ପୋଡ଼ିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍‌ଣରେ ଗ୍ରାମର ମଣିଚରଣ ସାହୁଙ୍କ ଘରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ କ୍ଷେତ୍ରବାସୀ ସାହୁ, ମଙ୍ଗୁଳି ଚରଣ ସାହୁ, ପ୍ରହଲ୍ଲାଦ ସାହୁଙ୍କ ଘରକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପରେ ହାଟଡିହି ଦମକଳ ବାହିନୀ ପହଞ୍ଚି ସମ୍ପୂର୍ଣ୍ଣ ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡରେ କ୍ଷେତ୍ରବାସୀଙ୍କ ଲକ୍ଷାଧିକ ଟଙ୍କାର ଟେଣ୍ଟହାଉସ୍‌ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟମାନଙ୍କ ଘରେ ଥିବା ଧାନଚାଉଳ, ଟଙ୍କା ଓ ଆସବାବପତ୍ର ପୋଡ଼ିଯାଇଛି। ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe