ଝାମୁଯାତ୍ରାକୁ ବିରୋଧ: ସଂଖ୍ୟାଲଘୁ ଗୋଷ୍ଠୀର ଆକ୍ରମଣରେ ୬ ଆହତ 

Advertisment

, ସୁରକ୍ଷା ଦାବିରେ ମାନସିକଧାରୀଙ୍କ ଥାନା ସମ୍ମୁଖରେ ଧାରଣା

, ସୁରକ୍ଷା ଦାବିରେ ମାନସିକଧାରୀଙ୍କ ଥାନା ସମ୍ମୁଖରେ ଧାରଣା

ଝାମୁଯାତ୍ରାକୁ ବିରୋଧ: ସଂଖ୍ୟାଲଘୁ ଗୋଷ୍ଠୀର ଆକ୍ରମଣରେ ୬ ଆହତ 

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ କେରଙ୍ଗ ଦିବ୍ୟସିଂହପ୍ରସାଦରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଝାମୁଯାତ୍ରାକୁ ବିରୋଧ କରି ସଂଖ୍ୟାଲଘୁ ଗୋଷ୍ଠୀର ଆକ୍ରମଣରେ ୬ ଆହତ ହୋଇଛନ୍ତି। ଏହାକୁ ନେଇ ମାନସିକଧାରୀମାନେ ଖୋର୍ଦ୍ଧା ଟାଉନ ଥାନା ଆଗରେ ଧାରଣା ଦେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ତେବେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ସତର୍କ ଦୃଷ୍ଟି ରଖିଥିବା ଏସଡିପିଓ କହିଛନ୍ତି।

ମୁଖ୍ୟ ଭୋଗତା (କାଳିସୀ) ପ୍ରହଲ୍ଲାଦ ମହାଭୋଇଙ୍କ ଅଭିଯୋଗ ଅନୁସାରେ ପ୍ରତିବର୍ଷ ଭଳି ଚଳିତବର୍ଷ ଝାମୁଯାତ୍ରା ଚାଲିଥିଲା। ଅପରାହ୍ଣ ପ୍ରାୟ ୩ଟା ବେଳେ ପୋଖରୀରେ ଗାଧୋଇ ଦଣ୍ଡ ଓ ଝାମୁ ଦେବତାଙ୍କୁ ଧରି ସାହିରେ ଆସୁଥିଲେ । ଏହି ସମୟରେ ବାବୁ ଖାଁ, ଧର ଖାଁ ଓ ଅନ୍ୟ ୨୦-୩୦ଜଣ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟ ସେମାନଙ୍କୁ ଗାଳିଗୁଲଜ କରିବା ସହ ଝାମୁଯାତ୍ରା ବନ୍ଦ କରିବାକୁ କହିଥିଲେ । ମାନସିକଧାରୀମାନେ ଧରିଥିବା ଝାମୁଦେବୀଙ୍କୁ ଫିଙ୍ଗି ଦେଇଥିଲେ । ମାନସିକଧାରୀମାନେ ପ୍ରତିବାଦ କରିବାରୁ ସେମାନେ ସଂଘବଦ୍ଧ ହୋଇ ଫାର୍ସା ଓ ଅନ୍ୟ ମାରଣାସ୍ତ୍ର ଧରି ଗୋଡ଼ାଇବା ସହ ପଥର ମାଡ଼ କରିଥିଲେ । ଝାମୁଯାତ୍ରାର ଦେବୀଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ମାନସିକଧାରୀଙ୍କ ମଧ୍ୟରୁ ୬ ଆହତ ହୋଇଛନ୍ତି ।

publive-image

ଅନ୍ୟତମ ମାନସିକଧାରୀ ବାବୁଲି ଦାସଙ୍କ କହିବାନୁସାରେ, ସେମାନଙ୍କ ୨ଟି ଢ଼ୋଲ, ଝାମୁଯାତ୍ରାର ଅନ୍ୟସାମଗ୍ରୀ ନଷ୍ଟ ହୋଇଛି । ଏପରିକି ଆକ୍ରମଣକାରୀମାନେ କେତେକଙ୍କ ସୁନା ଚେନ୍ ମଧ୍ୟ ଛଡ଼ାଇ ନେଇଯାଇଛନ୍ତି । ଗାଁର ବରିଷ୍ଠ ଲୋକଙ୍କୁ ଏନେଇ ଅଭିଯୋଗ କରିବା ପରେ ଆକ୍ରମଣକାରୀମାନେ ସେଠାରେ ପହଂଚି ଧମକଚମକ ଦେବା ସହ ତାଙ୍କୁ ଗାଁ ଛାଡ଼ି ଚାଲିଯିବାକୁ କହିଥିଲେ । ଏହାପରେ ସେମାନେ ସୁରକ୍ଷା ପାଇଁ ଥାନାରେ ବସି ରହିଛନ୍ତି ।

ପ୍ରାୟ ୨୦ଜଣ ମାନସିକଧାରୀ ଥାନା ସମ୍ମୁଖରେ ୬ଟାରୁ ସାଢ଼େ ୭ଟା ଯାଏଁ ବସି ରହିଥିଲେ । ଏହାପରେ ଏସଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ସଂଜୟ ପଟ୍ଟନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଖବର ଲେଖାଯିବା ବେଳକୁ ଉଭୟ ଗୋଷ୍ଠୀର ଲୋକଙ୍କୁ ଡାକି ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଛନ୍ତି । ତେବେ ଘଟଣାକୁ ନେଇ ଆଖପାଖ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏନେଇ ଏସଡିପିଓ ଶ୍ରୀ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବୁଝାଶୁଝା ଚାଲିଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe