ଝିଅ ବାହାଘର ପାଇଁ ବର ଦେଖିବାକୁ ବାହାରିଥିଲେ, ବାଟରେ ଓଲଟିଲା ଅଟୋ , ୬ ଆହତ

Advertisment
ଝିଅ ବାହାଘର ପାଇଁ ବର ଦେଖିବାକୁ ବାହାରିଥିଲେ, ବାଟରେ ଓଲଟିଲା ଅଟୋ , ୬ ଆହତ

ଆନନ୍ଦପୁର : ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ସାତକୋଶିଆ ଘାଟି ଠାରେ ଏକ ଅଟୋ ଓଲଟି ୬ଜଣ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ତିନିଜଣ ମହିଳା ଓ ତିନିଜଣ ପୁରୁଷ ରହିଛନ୍ତି। ସମସ୍ତ ଆହତ ମୟୁରଭଞ୍ଜ, ମହୁଲଡିହା ଥାନା ଜାମୁନଣ୍ଡା ଗାଁର। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି।

ଜାମୁନଣ୍ଡା ଗାଁ’ର ମୋରା ସୋରେନ୍ ନିଜ ଝିଅ ବାହାଘର ପାଇଁ ବରପାତ୍ର ଦେଖିବାକୁ ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କୁ ଧରି ଅଟୋ ଯୋଗେ ଭଦ୍ରକ ଜିଲ୍ଲା ତାଳବଙ୍କା ଗ୍ରାମକୁ ଯାଉଥିଲେ । ଅଟୋରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସିଥିବାରୁ ଦିନ ଦୁଇଟା ବେଳେ ସାତକୋଶିଆ ଘୋଡା ଘାଟିର ଏକ ବଙ୍କାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ପୁଲିସ୍ ଦୁର୍ଘଟଣା ସ୍ଥଳରେ ପହଁଞ୍ଚି ଅଟୋକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe