ଏସ୍‌ସିବି ପାଇଁ ଇକ୍‌ମୋ ମେସିନ୍ କିଣା ପ୍ରସଙ୍ଗ: ଗଠିତ ହେଲା ୬ଜଣିଆ ବୈଷୟିକ କମିଟି

Advertisment
ଏସ୍‌ସିବିରେ ବାୟୋମେଟ୍ରିକ୍ସ ପାଇଁ ୧୦ ଲକ୍ଷ ଖର୍ଚ୍ଚ: ଏନ୍‌ଏମ୍‌ସି ଯାଉଯାଉ ଅଚଳ ହେଇଗଲା ମେସିନ୍‌

Justdial

ଭୁବନେଶ୍ବର : ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଇକ୍‌‌ମୋ ବା ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରନ୍ ଅକ୍ସିଜେନସେନ ମେସିନ କିଣିବା ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଆଜି ଏକ ୬ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଇକ୍‌ମୋ ମେସିନ୍ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର କାର୍ଡିଓଥେରାସିସ ଏଣ୍ଡ ଭାସ୍କୁଲାର ସର୍ଜରି ବା ସିଟିଭିଏସ୍‌ ବିଭାଗରେ ଲଗାଯିବ। ବୈଷୟିକ କମିଟି ମେସିନ୍‌ର ବୈଷୟିକ ବିବରଣୀଠାରୁ ଆରମ୍ଭ କରି ମେସିନ୍ କିଣା ପର୍ଯ୍ୟନ୍ତ ସବୁଥିରେ ନିଜର ପ୍ରସ୍ତାବ ଦେବାକୁ କୁହାଯାଇଛି।

ଡିଏମ୍‌ଇଟି ପଫେସର ଡା.ସିବିକେ ମହାନ୍ତି, ଏସ୍‌ସିବି ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡା.ଦତ୍ତେଶ୍ବର ହୋତା, ନି‌‌ଶ୍ଚେତକ ବିଭାଗର ମୁଖ୍ୟ ଡା.ନିବେଦିତା ପାଣି, ପଲମୋନାରି ମେଡିସିନ୍ ବିଭାଗର ମୁଖ୍ୟ ଡା.ମ‌ନୋରଂଜନ ପଟ୍ଟନାୟକ, ସିଟିଭିଏସ୍‌ ବିଭାଗର ମୁଖ୍ୟ ଡା.ମନୋଜ ପଟ୍ଟନାୟକ ଓ ଭେଷଜ ବିଭାଗର ମୁଖ୍ୟ ଡା.ଜୟନ୍ତ କୁମାର ପଣ୍ଡା ଏହି ବୈଷୟିକ କମିଟିରେ ସଦସ୍ୟ ରହିଛନ୍ତି। କମିଟି ଟେଣ୍ଡର ସମୀକ୍ଷା ସମୟରେ ବୈଷୟିକ ବିବରଣୀ ଓ ଏହାର ସମୀକ୍ଷା କରିବ। ଟେଣ୍ଡର ପ୍ରକ୍ରିୟା ଓ ପରବର୍ତୀ ସମୟରେ ଯଦି କୌଣସି ପ୍ରକାର ବୈଷୟିକ ଦିଗ ଉପରେ ପରିବର୍ତନର ଆବଶ୍ୟକତା ପଡ଼େ ତାହେଲେ କମିଟି ଏ ନେଇ ପ୍ରସ୍ତାବ ଦେଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe