The Indian Express
ତୁମୁଡ଼ିବନ୍ଧ : କରୋନା ମହାମାରୀର ଭୟାବହତା ସାମାନ୍ୟ କମିବା ପରେ କନ୍ଧମାଳ ଜିଲ୍ଲାରୁ ପୁଣି ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ନେବା ପାଇଁ ବହୁ ଦଲାଲ୍ ଡେରା ପକାଇଛନ୍ତି। ଆଜି ବେଲଘର ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଦଲାଲ୍। ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।
ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲା ରାମପୁର ଥାନାର ପୁଷ୍ପା ନାଗ ନାମକ ଜଣେ ମହିଳା ବେଲଘରକୁ ଆସି ଗୁମ୍ମା ପଞ୍ଚାୟତର ଆଜାଦ ନାୟକ ନାମକ ଜଣେ ଯୁବକକୁ ସାଥୀ କରି ବେଲଘର ପଞ୍ଚାୟତର ୧୨ରୁ ୧୩ ବର୍ଷ ବୟସର ୬ ଜଣ ନାବାଳିକାଙ୍କୁ ଦିଲ୍ଲୀରେ କାମ କରାଇବା ପାଇଁ କିଛି ଟଙ୍କା ଦେଇ ନେଉଥିଲେ। ବେଲଘର ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ଖମାରୀ ଖବର ପାଇ ପଂହଁଚି ଦଲାଲ୍ ପୁଷ୍ପା ଓ ସହଯୋଗୀ ଆଜାଦକୁ କାବୁ କରିଥିଲେ। ପୁଲିସ ଉଭୟଙ୍କ ନାମରେ କେସ୍ ନଂ ୧/୨୧ ରେ ମାମଲା ରୁଜୁ କରିଥିବା ବେଳେ ଉଦ୍ଧାର ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Follow Us