ବୌଦ୍ଧ: ୬ ମାଙ୍କଡ଼ ଶିକାରୀ ଗିରଫ

Advertisment

୧୦ କେଜି କଞ୍ଚା, ୨ କେଜି ଶୁଖିଲା ମାଂସ ସହ ୨୦ ପାପୁଲି, ୨୦ ଗୋଡ଼ ଜବତ

୧୦ କେଜି କଞ୍ଚା, ୨ କେଜି ଶୁଖିଲା ମାଂସ ସହ ୨୦ ପାପୁଲି, ୨୦ ଗୋଡ଼ ଜବତ

ବୌଦ୍ଧ: ୬ ମାଙ୍କଡ଼ ଶିକାରୀ ଗିରଫ

ବୌଦ୍ଧ : ଶୁକ୍ରବାର ବନ ବିଭାଗ ଏକ ଶିକାରୀ ଦଳକୁ ଗିରଫ କରିଛି। ସେମାନଙ୍କଠାରୁ ମାଙ୍କଡ଼ଙ୍କ କଟା ଅଙ୍ଗ ପ୍ରତ୍ୟଙ୍ଗ ଜବତ କରାଯାଇଛି।

ବିଭାଗୀୟ ସୂଚନା ଅନୁସାରେ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍‌ ବୌଦ୍ଧ ରେଞ୍ଜ ଅଧୀନ ବଘିଆପଡ଼ା ଜାମଖୋଲ ସଂରକ୍ଷିତ ଜଙ୍ଗଲର କଡାମୁଣ୍ଡା ନିକଟରେ ଶିକାରୀଙ୍କ ଏକ ଅସ୍ଥାୟୀ ଶିବିର ଉପରେ ଚଢ଼ଉ କରିଥିଲା। ସମ୍ବଲପୁର ଜିଲ୍ଲା ଜମନକିରା ଥାନା କଦଳିପାଲି ଗ୍ରାମର ଏହି ଶିକାରୀ ଦଳ ଜଙ୍ଗଲରୁ ଶିଆଳ ପଟ ସଂଗ୍ରହ କରିବା ବାହାନାରେ ମାଙ୍କଡ଼ ଶିକାର କରୁଥିଲେ। ମାଙ୍କଡ଼ଙ୍କ ମାଂସ ଶୁଖାଇବା ସହ ଛାଲ ହାତ ପାପୁଲି, ପାଦ ସଂଗ୍ରହ କରୁଥିଲେ। ମାଙ୍କଡ଼ିଆ ସଂପ୍ରଦାୟର ଏହି ଶିକାରୀମାନେ ମାଂସ ଶୁଖାଇ ସାରା ବର୍ଷ ଖାଉଥିବା ତଦନ୍ତ ବେଳେ ଜଣାଯାଇଛି। ସେମାନଙ୍କ ପାଖରେ ଥିବା ୧୦ କେଜି କଞ୍ଚାମାଂସ, ୨ କେଜି ଶୁଖିଲା ମାଂସ, ୨୦ଟି ହାତ ପାପୁଲି, ୨୦ଟି ଗୋଡ଼, ୨ଟି ଟାଙ୍ଗିଆ ଓ ୧୧୦ କେଜି ଶିଆଳ ପଟ ଜବତ କରାଯାଇଛି।

ଶିକାରୀମାନେ ହେଲେ ଚନ୍ଦ୍ର ହେମ୍ବ୍ରମ, ଜତ୍ରୁ ଲୁଗୁନ, ଦେବସାଙ୍ଗ ଲୁଗୁନ, ସୁନୀଲ ହେମ୍ବ୍ରମ, ସନାରାମ ଗୁଡ଼ଲା ଓ ବିଜୁ ଲୁଗୁନ। ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି। ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଏସିଏଫ୍‌ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ବରେ ରେଞ୍ଜ ଅଧିକାରୀ ପ୍ରଦୀପ ବେହେରା, ବଘିଆପଡ଼ା ଫରେଷ୍ଟର ଶେଷଦେବ ମେହେର ଓ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe