ରାଜ୍ୟରେ ୬ ନୂଆ ହୋଟେଲ୍‌, ରିସୋର୍ଟ ହେବ: ସିଙ୍ଗଲ୍‌ ୱିଣ୍ଡୋରେ ୩୮୯୮ କୋଟିର ୧୯ ପ୍ରକଳ୍ପ ମଞ୍ଜୁର

ରାଜ୍ୟରେ ୬ଟି  ନୂଆ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରାଯିବ। ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଏହି ହୋଟେଲ୍‌ଗୁଡ଼ିକୁ ସ୍ଥାପନ କରାଯିବ। ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ....

ନୂଆବର୍ଷ ପାଇଁ ହୋଟେଲ ଶିଳ୍ପରେ ଉତ୍ସାହ: ୧୦୦ ପ୍ରତିଶତ କୋଠରି ବୁକ୍‌

ଭୁବନେଶ୍ବର: ରାଜ୍ୟରେ ୬ଟି  ନୂଆ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରାଯିବ। ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଏହି ହୋଟେଲ୍‌ଗୁଡ଼ିକୁ ସ୍ଥାପନ କରାଯିବ। ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୭୪୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକୁ ରାଜ୍ୟର ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ। 

ଟାଟା ଷ୍ଟିଲ୍‌ ଢେଙ୍କାନାଳ କାରଖାନାର ସମ୍ପ୍ରସାରଣ
୧୧ଟି ଜିଲ୍ଲାକୁ ମିଳିଲା ପ୍ରକଳ୍ପ
ସିଙ୍ଗଲ୍‌ ୱିଣ୍ଡୋରେ ୩୮୯୮ କୋଟିର ୧୯ ପ୍ରକଳ୍ପ ମଞ୍ଜୁର

ବୈଠକରୁ ମିଳିଥିବା ସୂଚନା ଅନୁସାରେ ବିରେନ୍ଦ୍ର ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍‌ ଏବଂ ଟେସ୍‌କୋ ହୋଟେଲ୍‌ସ ଆଣ୍ଡ୍‌ ମଲ୍‌ସ ଇନ୍‌ଫ୍ରାପ୍ରୋଜେକ୍ଟସ୍‌ ଖୋର୍ଦ୍ଧାରେ, ସୂର୍ଯ୍ୟ ଇକୋ ରିସୋର୍ଟସ୍‌ ଅନୁଗୁଳରେ, ସତ୍ତ୍ବ ଓଲିଓ ଗଞ୍ଜାମରେ ଏବଂ ଟିକେ ଇଣ୍ଟରନ୍ୟାସନାଲ୍‌ କୋରାପୁଟରେ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ‌କରାଯିବ। ଏହା ବ୍ୟତୀତ, ଶ୍ରୀ ମେଟାଲିକ୍ସ ଏହାର କେନ୍ଦୁଝର କାରଖାନା ସମ୍ପ୍ରସାରଣରେ ୮୮୫ କୋଟି ଟଙ୍କା ନିବେଶ କରିବ। ଟାଟା ଷ୍ଟିଲ୍‌ ପକ୍ଷରୁ ଢେଙ୍କାନାଳ କାରଖାନା ସମ୍ପ୍ରସାରଣରେ ୭୦୦ କୋଟି ଟଙ୍କା ନିବେଶ କରାଯିବ। ଯାଜପୁରରେ ଲିଣ୍ଡେ ଇଣ୍ଡିଆ ଏକ ଏୟାର ସେପାରେସନ୍ ୟୁନିଟ୍ ବସାଇବାରେ ୪୨୫ କୋଟି ନିବେଶ କରିବ। ଏସିଏମ୍‌ଇ କ୍ଲିନ୍ ଏନର୍ଜି ଗଞ୍ଜାମରେ ୩୬୬ କୋଟି ଟଙ୍କା ଖଟାଇବ। 

ଭୁବନେଶ୍ବରୀ ଫୁଡ୍‌ସ ଆଣ୍ଡ୍‌ ବେଭରେଜେସ୍‌ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା, ଲାଲ ବାବା ସିମ୍‌ଲେସ୍‌ ଟ୍ୟୁବ୍‌ସ କଟକରେ ୨୦୦ କୋଟି ଟଙ୍କା ନିବେଶ କରିବେ। ଖୋର୍ଦ୍ଧାରେ ବସନ୍ତ ବିହାର କନଷ୍ଟ୍ରକ୍ସନ୍‌ସ ଏକ ଲଜିଷ୍ଟିକ୍ସ ପାର୍କ ନିର୍ମାଣ କରିବ। ଜୟଶ୍ରୀ ଟି ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ ବାଲେଶ୍ବରରେ ୬୧ କୋଟି ଟଙ୍କା, କଳିଙ୍ଗ ଇନ୍‌ଫ୍ରା ପ୍ରୋଜେକ୍ଟସ୍‌ ସମ୍ବଲପୁରରେ ୬୦ କୋଟି ଟଙ୍କା, ଏଚ୍‌ଭିଜି ଇଣ୍ଡଷ୍ଟ୍ରିଜ୍‌ ଖୋର୍ଦ୍ଧାରେ ୫୫.୦୫ କୋଟି ଟଙ୍କା, ସୁରଲନ୍‌ ଇଣ୍ଡିଆ ସୁନ୍ଦରଗଡ଼ରେ ୫୫ କୋଟି ଟଙ୍କା, ଶ୍ରୀ ଜଗନ୍ନାଥ ସପ୍ଲାଏ୍‌ କେନ୍ଦୁଝରରେ ୫୧.୪୦ କୋଟି ଟଙ୍କା, ଶ୍ରୀସିଦ୍ଧି ବିନାୟକ ଟେକ୍ସକଲର୍ସ ଖୋର୍ଦ୍ଧାରେ ୧୦୦ କୋଟି ଟଙ୍କା ନିବେଶ କରିବ ବୋଲି ବୈଠକରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe