ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି : ଆଉ ୬ଜଣ ବିଦା ହେଲେ, ଏ ପର୍ଯ୍ୟନ୍ତ ୪୪ ଜଣ ବରଖାସ୍ତ ହେଲେଣି

Advertisment
୬୯୨୩ କୋଟି ନିବେଶ ପାଇଁ ବାଟ ଖୋଲିଲା : ୩ ପ୍ରକଳ୍ପକୁ ମଞ୍ଜୁରି

naveen patnaik assets rs 63 crore

ଭୁବନେଶ୍ବର : ଦୁର୍ନୀତି ବିରୋଧରେ ଶୂନ୍ ସହନଶୀଳତା ନୀତି ଅବଲମ୍ବନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂକଳ୍ପ ନେଇଛନ୍ତି, ସେ ପ୍ରକ୍ରିୟାରେ ଆଜି ଆଉ ୬ଜଣଙ୍କୁ ସରକାରୀ ଚାକିରି ହରାଇବାକୁ ପଡ଼ିଛି। ମୁଖ୍ୟମନ୍ତ୍ରୀ ଆଜି ୬ଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିବା ସହିତ ୫ଜଣଙ୍କ ପେନସନ୍ ସୁବିଧା ବନ୍ଦ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଏହାକୁ ମିଶାଇ ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟାରେ ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ୧୧ଜଣଙ୍କ ପେନସନ୍ ସ୍ଥାୟୀ ଭାବରେ ବନ୍ଦ କରାଯାଇଥିବା ବେଳେ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ବ୍ଲକ୍‌ରେ ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର କୁମାର ଦାସ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧାନକୁଡ଼ା ବ୍ଲକରେ ପଞ୍ଚାୟତିରାଜ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବୁଦ୍ଧିରାମ ଶୁନିଆନି ଏବଂ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପ୍ରୋଗ୍ରେସ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର। ଅନ୍ୟ ତିନି ଜଣଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାର ଜଙ୍ଗଲ ବିଭାଗ ଵାର୍କିଂ ପ୍ଲାନ୍‌ କାର୍ଯ୍ୟାଳୟରେ ଫରେଷ୍ଟ ରେଞ୍ଜ ଅଫିସର ଥିବା ହେମନ୍ତ କୁମାର ପଣ୍ଡା, ବ୍ରହ୍ମପୁର ଜାତୀୟ ରାଜପଥ ଡିଭିଜନ ଅନ୍ତର୍ଗତ ପୂର୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ବୀରାଜ ଲେଙ୍କା, କେନ୍ଦୁଝର ହାଟଡିହି ବ୍ଲକ୍‌ରେ ଜଳସଂପଦ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ ଅଛନ୍ତି। ଏହି ସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୋଷୀ ସାବ୍ୟସ୍ତ ହୋ‌ଇଛନ୍ତି।

ସେହିଭଳି ସ୍ଥାୟୀ ଭାବରେ ପେନସନ୍ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୩ଜଣ ଅବସରପ୍ରାପ୍ତ ଓଏଏସ୍ ଅଫିସର। ସେମାନେ ହେଲେ ବରଗଡ଼ର ପୂର୍ବତନ ପୌର ନିର୍ବାହୀ ଅଧିକାରୀ ନବୀନ ସେଠ, ନୟାଗଡ଼ ଖଣ୍ଡପଡ଼ା ବ୍ଲକ୍‌ର ପୂର୍ବତନ ବିଡିଓ ସନାତନ ସେଠୀ, କୋରାପୁଟର ପୂର୍ବତନ ଆରଟିଓ ପୁରନ୍ଦର ପୂଜାରୀ। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲା ବଣାଇର ପୂର୍ତ୍ତ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା ଓ ମୟୂରଭଞ୍ଜ ଖୁଣ୍ଟା ବ୍ଲକ୍‌ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପୀତାମ୍ବର ପ୍ରତିହାରୀଙ୍କ ପେନସନ ବି ସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୁର୍ନୀତି ହେଉଛି ବିକାଶରେ ସବୁଠାରୁ ବଡ଼ ପ୍ରତିବନ୍ଧକ। ଏଣୁ କୌଣସି ପରିସ୍ଥିତିରେ ବି ସରକାର ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି କଡ଼ା ଆଭିମୁଖ୍ୟ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe