ବନ ବିଭାଗର ଚଢ଼ଉ: କଲରାପତରିଆ ବାଘଛାଲ ଜବତ, ୬ ଗିରଫ

କଳାହାଣ୍ଡି-ନବରଗଂପୁର ସୀମାନ୍ତ ଜଙ୍ଗଲରେ ଚାଲିଥିଲା କାରବାର

ବନ ବିଭାଗର ଚଢ଼ଉ: କଲରାପତରିଆ ବାଘଛାଲ ଜବତ, ୬ ଗିରଫ

ଧର୍ମଗଡ଼: କାରବାର ସମୟରେ କଳାହାଣ୍ଡିରେ ପୁଣି କଲରାପତରିଆ ବାଘଛାଲ ଜବତ ହୋଇଛି। ବନ ବିଭାଗର କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପାଦେପଦରର  ନବ ମାଝୀ(୩୫), ଧୋବା ମାଝୀ(୨୪), ଜୟପାଟଣାର ଋଷି ମାଝୀ(୬୦), ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଗଣେଶ ଗଉଡ଼(୨୫), ଲକ୍ଷ୍ମଣ ଗଉଡ଼(୫୦) ଓ ଖାତିଗୁଡାର ନବ ନାୟକ(୩୦)।

publive-image

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଓ ଛତିଶଗଡ଼ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟର କର୍ମଚାରୀମାନେ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିଠାରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ମୂଳଚାଲ ହେଉଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କ ଠାରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ୫ ଜଣଙ୍କୁ ଅଟକ ରଖି ଅଧିକପଚରାଉଚରା କରାଯାଇଥିଲା। ଅଟକ ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡା ଗ୍ରାମର ବାଘ ଶୀକାରୀ ଋଷି ମାଝୀ ଘରେ ଚଢ଼ଉ କରାଯାଇଥିଲା। ସେଠାରୁ ଋଷି ମାଝୀଙ୍କୁ ମଧ୍ୟ ଅଧିକ ପଚରାଉଚରା ପାଇଁ ଅଣାଯାଇଥିଲା। ଶିକାରରେ ବ୍ୟବହୃତ ହେଇଥିବା ଏକ ଦେଶୀ ବନ୍ଧୁକ, ଅଜଗର ସାପର ଛାଲ, ଶିକାରରେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ପରେ ଅଭିଯୁକ୍ତ ଋଷି ମାଝୀକୁ ଧରି ବନ ବିଭାଗ ଶିକାରସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଛି। ସମୁଦାୟ ଛଅ ଜଣ ଅଭିଯୁକ୍ତଙ୍କୁ କୋକସରା କୋର୍ଟକୁ ଚାଲାଣ କରାଯାଇଛି।

ଏହି ଚଢ଼ଉରେ କଳାହାଣ୍ଡି ଏସିଏଫ୍‌ ବିମଳ ଟୋପନୋ, ଫରେଷ୍ଟର  ନିହାର ଠାକୁର, ଯୋଗେନ୍ଦ୍ର ମାଝୀ, ଚିନ୍ମୟ ଦାସ, କର୍ମଚାରୀ ଲିକୁ ଦାସ ଓ ଉଦନ୍ତି ସୀତା ନଦୀ ବାଘ ସଂରକ୍ଷଣ ବନ୍ୟ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe