ଘରେ ପଶି ପିଟିଲେ, ଲୁଟିଲେ: ୬ ଗିରଫ

ଘରେ ପଶି ପିଟିଲେ, ଲୁଟିଲେ: ୬ ଗିରଫ

ରାଉରକେଲା: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରଟୋଲିଠାରେ ଘରେ ପଶି ସୁନା ଚେନ୍‌ ଲୁଟିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ନାଁରେ ରାଉରକେଲାର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ମାମଲା ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସ୍ଥାନୀୟ ଗୋପବନ୍ଧୁପାଲ୍ଲୀର ମହମ୍ମଦ ଅଖତର(୨୨), ମଧୁସୂଦନପଲ୍ଲୀର ରାଜକୁମାର ସାହୁ(୨୬), ଅଜୟ ବଞ୍ଜାରେ(୩୧), ବିଜୟ ବଞ୍ଜାରେ(୨୩), ନୟାବଜାର ଅଙ୍କିତ ଜୟସ୍ବାଲ(୨୪) ଓ ମହମ୍ମଦ ସଲିମ(୨୪)। ଏମାନଙ୍କଠାରୁ ୩ଟି ମୋବାଇଲ୍‌ ଓ ଗୋଟିଏ ସୁନା ଚେନ୍‌ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ବରଟୋଲିସ୍ଥ ସୁନୀଲ ରାୟଙ୍କ ଘରେ ଟାଇଲ୍ କାମ କରୁଥିଲେ। କିନ୍ତୁ କାମ ଅସଂପୂର୍ଣ୍ଣ କରିଥିବାରୁ ଶ୍ରୀ ରାୟ ଏକ ମେସିନ୍‌କୁ ରଖିଦେଇଥିଲେ। ଅଭିଯୁକ୍ତମାନେ ଯେତେ ମାଗିଲେ ମଧ୍ୟ କାମ ସଂପୂର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ମେସିନ ନ ଦେବାକୁ କୁଆଡ଼େ ଶ୍ରୀ ରାୟ କହିଥିଲେ। ଏହାପରେ ଗତ ୪ ତାରିଖ ଦିନ ସନ୍ଧ୍ୟାରେ ଦୁଇ ଅଭିଯୁକ୍ତ ତାଙ୍କର ଅନ୍ୟ ସହଯୋଗୀଙ୍କକ ସହ ଶ୍ରୀ ରାୟଙ୍କ ଘରେ ପହଞ୍ଚି ମେସିନ ମାଗିଥିଲେ। ତେବେ ପୁନର୍ବାର ମେସିନ ଫେରାଇବାକୁ ମନା କରିବାରୁ ସେମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ନିର୍ଧୁମ ମାଡ଼ପିଟ କରିବାସହ ସୁନୀଲଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇଥିବା ଥାନାରେ ଏତଲା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe