କାରଖାନାରେ ବିସ୍ପୋରଣ: ୬ରୁ ଊର୍ଦ୍ଧ୍ବ ଶ୍ରମିକ ଗୁରୁତର

Advertisment
କାରଖାନାରେ ବିସ୍ପୋରଣ: ୬ରୁ ଊର୍ଦ୍ଧ୍ବ ଶ୍ରମିକ ଗୁରୁତର

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କୁଲେଇସ୍ଥିତ ଏକ କାରଖାନାରେ ବୁଧବାର ଅପରାହ୍‌ଣରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଘଟଣାରେ ୬ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ ହେଲେ ବିମ୍ବାଧର ବେହେରା, ଆଦିତ୍ୟ ଭୂତିଆ, ମନୋଜ କେସି, ଚିନ୍ମୟ ମହାକୁଡ, ସୁଶିଲ ଓ ବିରେନ୍ଦ୍ର ଧଳ। ସମସ୍ତ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ବଅଁରପାଳସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଜିଏମ୍‌ ଆଇରନ୍‌ କାରଖାନାର ୩ ନମ୍ବର ଫର୍ନେସ ବ୍ଲାଷ୍ଟ ହୋଇଥିଲା। ଏଥିରେ ୬ରୁ ଊର୍ଦ୍ଧ୍ବ ଶ୍ରମିକ ଗୁରୁତର ଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୂର୍ଘଟଣା ଘଟିବା ପରେ ପ୍ଲାଣ୍ଟର ମୁଖ୍ୟ ଫାଟକରେ ତାଲା ଫକାଇଦେଇଛନ୍ତି କମ୍ପାନି କତୃପକ୍ଷ। ଭିତରକୁ କାହାରିକୁ ଛାଡିବାକୁ ମନା କରିଦେଇଛନ୍ତି।

କାରଖାନାର ଫର୍ନେସ ବ୍ଲାଷ୍ଟ ହେଲା ପରେ କମ୍ଫାନି ପକ୍ଷରୁ ସମସ୍ତ ଆହତ ଶ୍ରମିକମାନଙ୍କୁ ତୁରନ୍ତ କମ୍ପାନିର ଗାଡ଼ିରେ ଡାକ୍ତରଖାନା ନିଆଯାଇଥିଲା। ସୂଚନା ପାଇ କାମାକ୍ଷାନଗର ଏସଡିପିଓ, ପର୍ଜଙ୍ଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କଂମ୍ପାନି କର୍ତ୍ତୁପକ୍ଷ କହିଛନ୍ତି ଫର୍ନେସ ଭାଟି ମେଂଟାନାନ୍ସ ବେଳେ ଲିକ୍ୟୁଡ଼ି ମେଟାଲ ଗରମ ଗ୍ୟାସ ଲାଗି ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe