ମନ୍ତ୍ରୀଙ୍କ ପାଇଲଟିଂ ଭ୍ୟାନ୍ ଓଲଟିଲା, ୬ ପୁଲିସ କର୍ମଚାରୀ ଆହତ

ମନ୍ତ୍ରୀଙ୍କ ପାଇଲଟିଂ ଭ୍ୟାନ୍ ଓଲଟିଲା, ୬ ପୁଲିସ କର୍ମଚାରୀ ଆହତ

ଅଡ଼ବା/ମୋହନା/ଚନ୍ଦ୍ରଗିରି/ରାୟଗଡ଼ା : ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ପାଇଲଟିଂ ଭ୍ୟାନ୍ ରବିବାର ଦିନ ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ଉଲିଆପଦା ନିକଟ ଏକ ବୁଲାଣି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନାନୁସାରେ, ମନ୍ତ୍ରୀ ରବିବାର ସକାଳେ ଭୁବନେଶ୍ୱରରୁ ରାୟଗଡ଼ା ଫେରୁଥିବାବେଳେ ତାଙ୍କ ଗାଡ଼ି ପଛରେ ପୁଲିସର ପାଇଲଟିଂ ଭ୍ୟାନ୍ ଆସୁଥିଲା। ଏହି ସମୟରେ ଭ୍ୟାନ୍‌ ସାମ୍ନାକୁ ଏକ ବାଇକ୍ ଆସିଯିବାରୁ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ବ୍ରେକ୍ କଷିଦେଇଥିଲେ। ଫଳରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିବାରୁ ୬ ଜଣ କର୍ମଚାରୀ ଆହତ ହୋଇଥିଲେ। ସେମାନେ ହେଲେ; ଏସ୍‌ଆଇ ଲିମଲ ବିଶ୍ବନାଥ, ହାବିଲଦାର ବି.ଜି ଜେନା, କନେଷ୍ଟବଳ ଜିତୁ କୁମାର ପଟ୍ଟନାୟକ, ମହିଳା ପୁଲିସ କର୍ମଚାରୀ କମଳା ଦେବୀ, ମ˚ଜୁଳା ଭୂୟାଁ ଓ ଡ୍ରାଇଭର ପି.ମୋହନ ରାଓ।

ଦୁର୍ଘଟଣା ପରେ ମନ୍ତ୍ରୀ ଶ୍ରୀ ସାର୍‌କା ଅଟକି ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିଥିଲେ। ଅଡ଼ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବିରିକୋଟ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ଅଡ଼ବା ଥାନାରେ କେସ୍ ନମ୍ବର ୧୧୨ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଅଡବା ପୁଲିସ୍‌ ଫୋର୍ସ ମନ୍ତ୍ରୀଙ୍କ ଗାଡ଼ିକୁ ଏସକର୍ଟ ଦେବା ପରେ ସେ ରାୟଗଡ଼ା ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe