କରୋନାରେ ମଲେଣି ୬ ପୁଲିସ କର୍ମଚାରୀ

Advertisment

ପୁଲିସ ମୁଖ୍ୟାଳୟରେ ୪୦୦ କର୍ମଚାରୀଙ୍କ ନିରବ ପ୍ରାର୍ଥନା

ପୁଲିସ ମୁଖ୍ୟାଳୟରେ ୪୦୦ କର୍ମଚାରୀଙ୍କ ନିରବ ପ୍ରାର୍ଥନା

ସ୍ୱାସ୍ଥ୍ୟ ପରେ ଶକ୍ତି ବିଭାଗରେ ପଶିଲା କରୋନା

Watertown Daily Times

କଟକ : ରାଜ୍ୟ ପୁଲିସ ବିଭାଗର ୬ ଜଣ ପୁଲିସ କର୍ମଚାରୀଙ୍କର ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ଘଟିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଲାଣି। ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଯାଇଛି। ଆଜି ପୁଲିସ ଡିଜି ଅଭୟ ମୃତ ପୁଲିସ କରୋନା ଯୋଦ୍ଧାଙ୍କ ପାଇଁ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ମିନିଟ୍‌ର ନିରବ ପ୍ରାର୍ଥନାରେ ସାମିଲ ହେବା ସହିତ କରୋନାରୁ ସୁସ୍ଥ ହୋଇଥିବା ପୁଲିସ କର୍ମଚାରୀଙ୍କ ସହିତ ଭିଡି଼ଓ କନଫରେନ୍ସିଂରେ ଆଲୋଚନା କରିଥିଲେ।

publive-image

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ପୁଲିସ ମୁଖ୍ୟାଳୟରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୁଲିସ ମୁଖ୍ୟାଳୟ ସମେତ କ୍ରାଇମବ୍ରାଞ୍ଚ, ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ୪୦୦ରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ବକ୍ସିବଜାର ରିଜର୍ଭ ପଡ଼ିଆରେ ଏକାଠି ହୋଇଥିଲେ। ରାଜ୍ୟ ପୁଲିସର ପାଇପ୍‌ ବ୍ୟାଣ୍ଡ ଦଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ପୁଲିସ ଡିଜି ଅଭୟ କୋଭିଡ୍‌ ସଂଗ୍ରାମରେ ସାମିଲ ହୋଇ ପ୍ରାଣବଳି ଦେଇଥିବା ୬ ଜଣ ପୁଲିସ କରୋନା ଯୋଦ୍ଧାଙ୍କ ନାମ ପାଠ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୃତକ ଯୋଦ୍ଧାମାନେ ହେଲେ ଗଞ୍ଜାମ ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବିନାରାୟଣ ବେହେରା, ଗଞ୍ଜାମ ତାରାସିଙ୍ଗି ଥାନାର ଏଏସ୍‌ଆଇ ଶିବରାମ ଦାସ, ବ୍ରହ୍ମପୁର ପୁଲିସ ଜିଲ୍ଲାର ଏଏସ୍‌ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଆସ୍କା ଥାନାର କନଷ୍ଟେବଳ ଗୋଲକ ନାୟକ, ହୋମଗାର୍ଡ ସତ୍ୟରଞ୍ଜନ ସେଠୀ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ହୋମଗାର୍ଡ ଏସ୍‌. ନରସିଂହ ଦାସ।

ସେହିପରି କରୋନା ଆକ୍ରାନ୍ତ ପୁଲିସ କର୍ମଚାରୀ ସୁସ୍ଥ ହେବା ପରେ ପୁଲିସ ଡିଜି ଅଭୟ ଆଜି ସେମାନଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୪ଟି ଜିଲ୍ଲାର ପୁଲିସ କୋଭିଡ୍ ଯୋଦ୍ଧାମାନେ ସାମିଲ ହୋଇଥିଲେ। ଏହି ଭିଡିଓ କନଫରେନ୍ସିଂରେ କଟକ ଓ ଭୁବନେଶ୍ବର କମିସିନରେଟ୍ ପୁଲିସ ଡିସିପି, ଅନୁଗୁଳ, ବ୍ରହ୍ମପୁର, ବଲାଙ୍ଗିର, କଟକ ଗ୍ରାମାଞ୍ଚଳ, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନୟାଗଡ଼, ପୁରୀ ଏବଂ ରାଉରକେଲା ପୁଲିସ ଜିଲ୍ଲା ସାମିଲ ହୋଇଥିଲା। ଅପରାହ୍ନରେ ଆୟୋଜିତ ହୋଇଥିବା ନିରବ ପ୍ରାର୍ଥନା କାର୍ଯ୍ୟକ୍ରମରେ ଡିଜି ଅଭୟଙ୍କ ସମେତ ଏଡିଜି ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ରେଖା ଲୋହାନୀ, ଯତୀନ୍ଦ୍ର କୋଏଲ, ଅମିତେନ୍ଦ୍ର ନାଥ ସିହ୍ନା, ପ୍ରବୀଣ କୁମାର, ଏଆଇଜି ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଏଆଇଜି, ସଂସ୍ଥା ଅଧିକାରୀ, ଉପ-ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମ୍ମାନ ପ୍ରଦର୍ଶନ କରିଥିଲେ। ଏଆଇଜି ବାଳକୃଷ୍ଣ ହୋତା, ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ, ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe