ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ୬ ଛାତ୍ର ଉଦ୍ଧାର

Advertisment
ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ୬ ଛାତ୍ର ଉଦ୍ଧାର

ଗୋପାଳପୁର: ଗଂଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଦୁଇ ପୃଥକ୍‌ ଘଟଣାରେ ୬ ଜଣ ଯୁବକଙ୍କୁ ଲାଇଫ୍‌ ଗାର୍ଡ଼ ଉଦ୍ଧାର କରିଥିବା ଜଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ‌େ ସୁସ୍ଥ ଅନୁଭବ କରିବା ପରେ ଛାଡ଼ି ଦିଆଯାଇଛି। ଆଜି ଦିନ ପ୍ରାୟ ଗୋଟାଏ ସାଙ୍ଗ ହୋଇ ଆସିଥିବା କଳାହାଣ୍ଡି ଜିଲ୍ଲାର ସୁଦାମ ସାହୁ, ସାଇ କିରଣ ଓ ଛତ୍ରପୁରର ଓମ୍‌ ପ୍ରକାଶ ସେନାପତି ଆଉଟ୍‌ ପୋଷ୍ଟ ନିକଟ ବେଳାଭୂମି ନିକଟରେ ଗାଧୋଉଥିବା ବେଳେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର କେଦାର ସ୍ବାଇଁ ବି ଗାଧୋଇବାକୁ ଯାଇ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବେଳାଭୂମିରେ ଲାଇଫ୍‌ ଗାର୍ଡ଼ ଭାବେ ନିୟୋଜିତ ଥିବା ଚିଟି ବାବୁ ତୁରନ୍ତ ଟ୍ୟୁବ୍‌ ଧରି ସମୁଦ୍ର ଭିତରକୁ ଯାଇ କଳାହାଣ୍ଡିର ଦୁଇ ଯୁବକଙ୍କୁ ପ୍ରଥମେ ଉଦ୍ଧାର କରିବା ସହ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ସମୁଦ୍ରକୂଳକୁ ଆଣି କିଛି ସମୟ ବିଶ୍ରାମ ପରେ ସେମାନେ ଫେରିଯାଇଥିଲେ। କଳାହାଣ୍ଡି ଜିଲ୍ଲାର ସୁଦାମ, ସାଇକିରଣ ଓ ଛତ୍ରପୁରର ଓମ୍‌ ପ୍ରକାଶ ତିନି ଜଣ ସାଂଗ ଏବଂ କଲେଜ ଛାତ୍ର ବୋଲି ଗୋପାଳପୁର ପୁଲିସ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ସମୁଦ୍ରରେ ଗାଧୋଉଥିବା କବିସୂର୍ଯ୍ୟନଗରର ଦୁଇ ଭାଇ ଯୋଗେନ୍ଦ୍ର ଡାକୁଆ ଓ ପ୍ରିନ୍ସ ଡାକୁଆ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ଲାଇଫ୍‌ଗାର୍ଡ଼ ଜି. କାଳୀ ଶଙ୍କର ଓ ଲିଙ୍ଗରାଜ ବେହେରା ଟ୍ୟୁବ୍‌ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଉଭୟଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe