ଘୋଷଣାକୁ ୬ ବର୍ଷ ବିତିଲା: ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ ନେହିଲା

ଘୋଷଣାକୁ ୬ ବର୍ଷ ବିତିଲା: ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ ନେହିଲା

କୋରାପୁଟ: ସରକାରୀ କୋଠା,ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟ କୋଠାରେ ବସିବ ସୌର ପ୍ୟାନେଲ। ଏହିଠାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇ ସରକାରୀ କାର୍ଯ୍ୟରେ ଲାଗିବ। ଅସୀମ ଶକ୍ତିକୁ ବ୍ୟବହାର କରିବାକୁ ‌୨୦୧୬ ମସିହାରେ ଯୋଜନା କରିଥିଲେ ରାଜ୍ୟ ସରକାର। ଏହି କ୍ରମରେ କୋରାପୁଟ ଓ ଜୟପୁର ସହ ସମ୍ବଲପୁର, ବୁର୍ଲା, ହୀରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, ଛତ୍ରପୁର, ସୁନାବେଡା, ବାଲେଶ୍ଵର, ଭଦ୍ରକ ଓ ବାରିପଦା ସହର ବସିବାକୁ ରହିଥିଲା ଯୋଜନା ହୋଇଥିଲା। ହେଲେ କୋରାପୁଟ ଜିଲ୍ଲାରେ ବାଟ ହୁଡିଛି ଏହି ପ୍ରକଳ୍ପ। କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଓସୱାନ କାର୍ଯ୍ୟଳୟକୁ ଛାଡିଦେଲେ କୌଣସି ବି ସରକାରୀ କାର୍ଯ୍ୟଳୟରେ ଏବେ ଯାଏ ଲାଗି ପାରିଲାନି ଏହି ମହତ୍ବକାକ୍ଷୀ ସୌର ପ୍ୟାନେଲ। କୋରାପୁଟ ଜିଲ୍ଲାର ସବୁ ବ୍ଲକ କାର୍ଯ୍ରାଳୟ, ଜିଲ୍ଲା କାର୍ଯ୍ୟାଳୟ ସହ ମହାବିଦ୍ୟାଳୟ ଓ ଆଶ୍ରମ ସ୍କୁଲରେ ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ଯୋଜନା ରହିଥିଲା। ଜିଲ୍ଲାରେ ରହିଥିବା  କୋରାପୁଟର ଦୁର୍ଗମ ଅଂଚଳରେ ଥିବା କିଛି ଆଶ୍ରମ ସ୍କୁଲ ହଷ୍ଟେଲ୍ ରେ ସୌରଶକ୍ତି ଦ୍ୱାରା ବିଦ୍ୟୁତ୍ ଯୋଗାଇ ଦେବାଲାଗି ଜିଲ୍ଲା ପ୍ରଶାସନ ସ୍ଥିର କରିଥିଲା। ଏସବୁ ହଷ୍ଟେଲର ଛାତ ଉପରେ ସୌର ପ୍ରକଳ୍ପ କାମ କରିବାକୁ ରହିଥିବାବେଳେ କେଉଁଠି କାମ କରୁଛି କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଛି ଏହି ପ୍ରକଳ୍ପ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୧୪ ଟି ବ୍ଲକରୁ ୫୬ ଟି ସେବାଶ୍ରମକୁ ଏଥିପାଇଁ ବଛାଯାଇଥିବାବେଳେ ପ୍ରତି ବ୍ଲକର ୪ଟି ସେବାଶ୍ରମରେ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

୨୦୧୬ରେ ସୌରଶକ୍ତି ଉତ୍ପାଦନ ପାଇଁ ଓଡିଶା ସରକାର ଏକ ଅଭିନବ ପଦକ୍ଷେପ ନେଇଥିଲେ । ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଓ ଅଟ୍ଟାଳିକାର ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରିବାକୁ ସରକାର ନିଷ୍ପତି ନିଆଯାଇଥିବାବେଳେ ଏବେଯାଏ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। । ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପରୁ ଅନ୍ୟୁନ ୫ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଆଉ ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାରେ ବର୍ଷା ଚାରି ମାସ ନାଂହିଁ ନ ଥିବା ମସ୍ୟା ଦେଖାଦିଏ। ପ୍ରବଳ ବର୍ଷା ହେତୁ ଏହିଠାରେ ଏହି ପ୍ରକଳ୍ପ ଖରାପ ହୋଇଯାଏ। ଏହାକୁ ମରାମତି କ ନ ଯିବାରୁ କୋଟି କୋଟି ଟଙ୍କା ପାଣିରେପଡିଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ନିଜ ନିଜ ଅନୁଷ୍ଠାନକ ଛାତ ଉପରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରିବାକୁ ଯୋଜନା ରହିଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ବି କୋରାପୁଟ ଜିଲ୍ଲାରେ ରହିଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ମହାବିଦ୍ୟାଳୟ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ଏହି ପ୍ରକଳ୍ପ କାର୍ଯ୍ୟାକାରୀ କରିବା ପାଇଁ ସମ୍ପୃକ୍ତ କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନଙ୍କୁ କୌଣସି ବ୍ୟୟଭାର ବହନ କରିବାକୁ ପଡିବ ନାହିଁ ବୋଲି ଯୋଜନା ରହିଥିଲେ ବି ଏହାକୁ କାର୍ଯ୍ୟକାରୀ କରିବାକୁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳିଛି।

publive-image

ଏନେଇ କୋରାପୁଟ ଓରେଡାର ସରୋଜାନନ୍ଦ ରଥ କହିଛନ୍ତି ଯେ ପ୍ରତି ଜିଲ୍ଲା କାର୍ଯ୍ୟାଳୟରେ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଓରେଡା ନିକଟରେ ନିଜସ୍ବ ଅର୍ଥ ନାହିଁ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ନିଜ ନିଜ ଅନୁଷ୍ଠାନକ ଛାତ ଉପରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରିବା ପରେ ଏହିଠାରେ ସୋଲାର ଲଗାଯାଉଥିଲା। କିନ୍ତୁ ଜିଲ୍ଲାରେ କେବଳ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଓସୱାନ କାର୍ଯ୍ୟାଳୟକୁ ଛାଡିଦେଲେ କେହିବି ଏହି ଯୋଜନାରେ ନିଜକୁ ସାମିଲ କରିବାକୁ ଇଚ୍ଛୁକ ନାହାନ୍ତି। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୧୪ ଟି ବ୍ଲକରୁ ୫୬ ଟି ସେବାଶ୍ରମକୁ ଏଥିପାଇଁ ବଛାଯାଇଥିବାବେଳେ ପ୍ରତି ବ୍ଲକର ୪ଟି ସେବାଶ୍ରମରେ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ତାହା ସଫଳ ହୋଇଛି। ଏବେ ଜୟପୁର, ସେମିଳିଗୁଡା, କୁନ୍ଦୁରା, ବୈପାରିଗୁଡା ଓ ବୋରିଗୁମ୍ମା ବ୍ଲକ କାର୍ଯ୍ୟଳୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ଅର୍ଥ ଆସିଛି। ଖୁବଶୀଘ୍ର କମ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe