ନିର୍ମାଣର ୬ ବର୍ଷ ପରେ ଭାଙ୍ଗିଗଲା ଚେକ୍‌ଡ୍ୟାମ୍; ଶୁଣିଲାନି ବିଭାଗ, ଅସ୍ଥାୟୀ ମରାମତି କରି କାମ ଚଳାଉଛନ୍ତି ଚାଷୀ‌

Advertisment
ନିର୍ମାଣର ୬ ବର୍ଷ ପରେ ଭାଙ୍ଗିଗଲା ଚେକ୍‌ଡ୍ୟାମ୍; ଶୁଣିଲାନି ବିଭାଗ, ଅସ୍ଥାୟୀ ମରାମତି କରି କାମ ଚଳାଉଛନ୍ତି ଚାଷୀ‌

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ କଲେଇଗାଁ ପଞ୍ଚାୟତ କୁଲିହାରୀ ଗାଁରେ ଥିବା ଚେକ୍‌ଡ୍ୟାମ୍‌ ନିର୍ମାଣର ୬ ବର୍ଷ ପରେ ଭାଙ୍ଗିଗଲା। ଚାଷୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ଶୁଣିଲାନି। ଶେଷରେ ନିଜେ ଚାଷୀମାନେ ଅସ୍ଥାୟୀ ମରାମତି କରି କାମ ଚଳାଉଛନ୍ତି। ଏଭଳି ଗତ ୫ ବର୍ଷ ହେଲା ପ୍ରତିବର୍ଷ ସେମାନେ ମରାମତି କରୁଥିବା ପ୍ରକାଶ କରିଛନ୍ତି।

ଚାଷୀମାନଙ୍କ କହିବା ଅନୁସାରେ, କୁଲିହାରୀ ଗାଁର ଶାଗଝୋରରେ ୨୦୧୦ ମସିହାରେ ଏହି ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଥିଲା। ଏଥିପାଇଁ ବିଧାୟକ ଅନୁଦାନ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଡିଆର୍‌ଡିଏ ପାଣ୍ଠିରୁ ୨ଲକ୍ଷ ଟଙ୍କା ଅନୁଦାନରେ କାମ ହୋଇଥିଲା। ଏହି ଚେକ୍‌ଡ୍ୟାମ୍‌ରୁ କୁଲିହାରୀଠାରୁ ଖରଲାବେଡ଼ା ପର୍ଯ୍ୟନ୍ତ ପ୍ରାୟ ୧୦୦ ଏକରରୁ ଅଧିକ ଜମି ଉଭୟ ଖରିଫ ଓ ରବି ଋତୁରେ ଜଳସେଚିତ ହୋଇଥାଏ। ହେଲେ ଗତ ୫ ବର୍ଷ ତଳେ ବନ୍ୟା ଯୋଗୁଁ ଯୋଗୁଁ ଏହି ଚେକ୍‌ଡ୍ୟାମ୍‌ ଭାଙ୍ଗିଗଲା। ଏଥିରେ ଚାଷୀମାନଙ୍କ ବହୁ କ୍ଷୟକ୍ଷତି ଘଟିଥିଲା। ଜଳସେଚନ ପାଇଁ ଏହି ଚେକ୍‌ଡ୍ୟାମ୍‌ ଏକମାତ୍ର ସାହାଭରସା ଥିଲା। ତାହା ଭାଙ୍ଗିଯିବାରୁ ଅଞ୍ଚଳର ଚାଷୀମାନେ ବାରଂବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଛନ୍ତି। ହେଲେ ଏହାର ମରାମତି ଦିଗରେ ବିଭାଗ କୌଣସି ପଦକ୍ଷେପ ନେଲା ନାହିଁ। ଶେଷରେ ଚାଷୀମାନେ ଏକଜୁଟ ହୋଇ ତାହାର ଅସ୍ଥାୟୀ ମରାମତି କରିଆସୁଛନ୍ତି।

ଗତ ୫ ବର୍ଷ ହେଲା ପ୍ରତିବର୍ଷ ବାଲିବସ୍ତା, ମାଟି, ପଥର ଦେଇ ମରାମତି କରୁଛନ୍ତି। ଚଳିତ ବର୍ଷ ମଧ୍ୟ ପୁନର୍ବାର ମରାମତି କରିଛନ୍ତି। ଏମାନେ ଉଭୟ ରଖିଫ ଓ ରବି ଫସଲ ପାଇଁ ଜଳକର ପଇଠ କରୁଛନ୍ତି। ହେଲେ ଜଳସେଚନ ପାଇଁ ସରକାରୀ ସ୍ତରରେ ସେମାନଙ୍କ ସୁବିଧା କରାଯାଉ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe