ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷୀୟ ଶିଶୁକନ୍ୟା; ବହୁ ସମୟ ମୋବାଇଲ ଦେଖିବା ହୋଇପାରେ କାରଣ

Advertisment
ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷୀୟ ଶିଶୁକନ୍ୟା; ବହୁ ସମୟ ମୋବାଇଲ ଦେଖିବା ହୋଇପାରେ କାରଣ

ଝରିଗାଁ: ଆଜିକାଲିର ଶିଶୁମାନେ ମୋବାଇଲରେ ବହୁତ ସମୟ ବିତାଉଛନ୍ତି। ଅଭିଭାବକମାନେ ମଧ୍ୟ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଛୋଟଛୋଟ ପିଲାମାନଙ୍କୁ ମୋବାଇଲ ଧରାଇ ଦେଉଛନ୍ତି। ଶିଶୁମାନଙ୍କର ଉପରେ ଏହା ଖରାପ ପ୍ରଭାବ ପଡୁଥିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ଜଣେ ୬ ବର୍ଷର ଶିଶୁକନ୍ୟା ଦିନକୁ ପ୍ରାୟ ୪ ଘଣ୍ଟା ମୋବାଇଲ ଦେଖିବା ଦ୍ୱାରା ପ୍ରବଳ ଚାପ ହେବା ସହ ଚକ୍ଷୁ ଯନ୍ତ୍ରଣାରେ ଛଟପଟ ହେଉଛି। ବହୁ ସମୟ ଧରି ମୋବାଇଲ ଦେଖିବା ଏହାର କାରଣ ବୋଲି ଚର୍ଚ୍ଚା ହେଉଛି।

ସୂଚନା ପ୍ରକାରେ ଝରିଗାଁ ସଦର ମହକୁମା ତାଲିଆମ୍ବାସାହିର ୬ ବର୍ଷର ଝିଅ ମୋବାଇଲ ଦେଖିବା ପାଇଁ ପରିବାର ଲୋକଙ୍କୁ ଅଝଟ କରୁଥିଲା।ସଚେତନତା ଅଭାବ ସହ ଝିଅର ଅଝଟ ଯୋଗୁଁ ପରିବାର ଲୋକ ମୋବାଇଲ ଦେବା ପାଇଁ ବାଧ୍ୟ ହେଉଥିଲେ। ତେବେ ଜେଜେବାପାଙ୍କ କହିବା ପ୍ରକାରେ ଚିତ୍ରଲେଖା ଗତ କିଛି ଦିନ ହେବ ଭୋର ସକାଳୁ ଉଠି ପ୍ରାୟ ଦୁଇ ଘଣ୍ଟା ଏବଂ ସନ୍ଧ୍ୟା ସମୟରେ ପ୍ରାୟ ଦୁଇ ଘଣ୍ଟା ମୋବାଇଲ ଦେଖୁଥିଲେ। ଏପରିକି ଆଖି ଠାରୁ ଅତି ନିକଟରେ ମୋବାଇଲ ରଖି ଦେଖୁଥିବା କହିଥିଲେ। ପ୍ରାୟ ୩ ରୁ ୪ ଦିନ ମୋବାଇଲ ଅତି ନିକଟରୁ ଦେଖିବା ଦ୍ୱାରା ଆଖି ଗୁଡ଼ିକରେ ଚାପ ପଡ଼ି ପ୍ରଥମେ ଦୁଇଟି ଆଖି ଫୁଲି ଯାଇଥିଲା। ପରେପରେ ଆଖିର ଡୋଳା ଏବଂ ପତ୍ତା ଗୁଡିକ ଲାଲ ହେବା ସହ ଅସହାୟ ଯନ୍ତ୍ରଣା ହୋଇଥିଲା।

ଆଖି ଯନ୍ତ୍ରଣା ହେବା ନେଇ କୁନିଝିଅ କହିବା ପରେ ପରିବାର ଲୋକ ଗତ ରବିବାର ଦିନ ଉମରକୋଟକୁ ନେଇଥିଲେ। ବର୍ତ୍ତମାନ ଝିଅର ଆଖି ଯନ୍ତ୍ରଣା କମ ହେଉଥିବା ବେଳେ ଆଖିରେ ଲାଲ ପଡିଥିବା କମ ହୋଇନାହିଁ। ଏବେ ମଧ୍ୟ ଚିକିତ୍ସା ଜାରି ରହିବା ସହ ଔଷଧ ସେବନ ଚାଲିଛି।ମୋବାଇଲ ଦେଖିବା ଦ୍ୱାରା ଝିଅର ଆଖି ଯନ୍ତ୍ରଣା ହୋଇଥିବା ଜାଣିବା ପରେ ଛୋଟଛୋଟ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ପାଇଁ ଅଭିଭାବକମାନଙ୍କୁ ଝିଅର ଜେଜେବାପା ନିବେଦନ କରିଛନ୍ତି। ପିଲାମାନେ ମୋବାଇଲ ଦେଖିବା ପାଇଁ ଜିଦ କରିଲେ ମଧ୍ୟ ସେମାନଙ୍କୁ ମୋବାଇଲ ନଦେଇ ପିଲା ମାନଙ୍କ ଚକ୍ଷୁ ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe