୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ: ଅଭିଯୁକ୍ତ ନାବାଳକକୁ ସୁଧାର ଗୃହ ପଠାଗଲା

୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ: ଅଭିଯୁକ୍ତ ନାବାଳକକୁ ସୁଧାର ଗୃହ ପଠାଗଲା

Babylon Radio

ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅଞ୍ଚଳର ଜଣେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଞ୍ଚଳର ଜଣେ ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ପରିବାର ଦୋରାଗୁଡା ଥାନାରେ ଏତଲା ଦେଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ଅଭିଯୁକ୍ତ ନାବାଳକୁ ଗିରଫ କରିବା ପରେ ବାଳ ସୁଧାର କେନ୍ଦ୍ରକୁ ପଠାଇ ଦେଇଛି। ଏହି ଘଟଣା ସମଗ୍ର କାଶୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତ ୧୧ତାରିଖରେ ଦୋରାଗୁଡା ଥାନା ଅଞ୍ଚଳର ଜଣେ ୬ବର୍ଷର ନାବାଳିକାକୁ ସେହି ଅଞ୍ଚଳର ଜଣେ ୧୫ବର୍ଷର ଜଣେ ନାବାଳକ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକ ଦୋରାଗୁଡା ଥାନାରେ ଏତଲା ଦେଇଥିଲେ। ଏଭଳି ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା। ପରେ ନାବାଳକ ଓ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିଲା। ଏନେଇ ଦୋରାଗୁଡା ପୁଲିସ କେଶ୍ ନଂ-୪୪/୧୯ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe