ବରଗଡ଼: ସାମ୍ପ୍ରତିକ ସ୍ଥିତିରେ ଶିକ୍ଷା ବ୍ୟବସ୍ଥାର ଢାଞ୍ଚା ଏବଂ ଲକ୍ଷ୍ୟ ବଦଳି ଯାଇଛି। ଏହି ନୂଆ ବ୍ୟବସ୍ଥାରେ ପିଲାଙ୍କୁ ଢାଳିବାକୁ ପଡ଼ିବ। ନିଯୁକ୍ତିଭିତ୍ତିକ ଶିକ୍ଷା ବର୍ତମାନ ସମୟର ଆହ୍ବାନ ବୋଲି ବରଗଡ଼ ପୁସ୍ତକମେଳାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ 'ଜାତୀୟ ଶିକ୍ଷାନୀତି' ପ୍ରସଂଗରେ ଅତିଥି ବକ୍ତା ପ୍ରାକ୍ତନ ପ୍ରଫେସର ଉମେଶଚନ୍ଦ୍ର ଖାଡ଼ଙ୍ଗା ମତବ୍ୟକ୍ତ କରିଛନ୍ତି। ପାଠାଗାରର ସଦସ୍ୟ ଜୟପ୍ରକାଶ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଶ୍ରୀ ଖାଡ଼ଙ୍ଗା ପିଲାଙ୍କୁ ଶିକ୍ଷାଗତ ଯୋଗ୍ୟତା ସହ ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ।
ଆଲୋଚକ ଜୟପ୍ରକାଶ ଶତପଥୀ ସାଂପ୍ରତିକ ସମାଜରେ ଡିଜିଟାଲ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜର୍ଜ ହାଇସ୍କୁଲ ଛାତ୍ରମାନେ ଚିତ୍ତାକର୍ଷକ ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ, ଏଡିଇଓ ଛତ୍ରପତି ସାହୁ ଓ ଜ୍ୟୋତିକାନ୍ତ ସାହୁ, ରାଧାକାନ୍ତ ଛତ୍ରୀ, ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ, ବିଶ୍ଵନାଥ କର, ଭାର୍ଗବ ନାୟକ, ସେବାଶ୍ରୀ ଭୋଇ, ମଚ୍ଛିନ୍ଦ୍ର ମଲ୍ଲିକ, କପିଳେଶ୍ୱର ରଥ, କାର୍ତ୍ତିକ ବାଗ ଉପସ୍ଥିତ ଥିଲେ। ଗୋବିନ୍ଦ ସେଟ୍, ଡୋଲାମଣି ଶତପଥୀ,ଆଦିକନ୍ଦ ସ୍ୱାଇଁ, ନମିତା ପଟ୍ଟନାୟକ, ରଶ୍ମିରାଣୀ ନନ୍ଦ ଆୟୋଜନରେ ସହଯୋଗ କରିଥିଲେ।
Follow Us