ଜିଲ୍ଲାପାଳଙ୍କ ସହ ବୈଠକ ବେଳେ ଟଳିପଡ଼ିଲେ ଏସ୍‌କେସିଜି ମହାବିଦ୍ୟାଳୟର ଅଧ୍ୟକ୍ଷା

Advertisment
ଜିଲ୍ଲାପାଳଙ୍କ ସହ ବୈଠକ ବେଳେ ଟଳିପଡ଼ିଲେ ଏସ୍‌କେସିଜି ମହାବିଦ୍ୟାଳୟର ଅଧ୍ୟକ୍ଷା

ପାରଳାଖେମୁଣ୍ତି : ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟ˚ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କର ଆଜି ଆକସ୍ମିକ ବିୟୋଗ ଘଟିଛି। ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶିକ୍ଷା ସମ୍ବନ୍ଧୀୟ ଏକ ବୈଠକରେ ଯୋଗ ଦେବା ପାଇଁ ଯାଇଥିଲେ। ସେଠାରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ତେବେ ଚିକିତ୍ସା ଚାଲିଥିବାବେଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ବହୁ ବର୍ଷ ଧରି ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ଆସୁଥିବା ଗାୟତ୍ରୀ ଦେବୀ କିଛି ମାସ ପୂର୍ବେ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ। ଚଳିତ ବର୍ଷ ସେ ଅବସର ନେଇଥାନ୍ତେ।

publive-image

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଲୋବା ପଞ୍ଚାୟତ ବାସିନ୍ଦା ଗାୟତ୍ରୀ ଦେବୀ ଅନେକ କଷ୍ଟ ସହ୍ୟ କରି ଏକ ଦୁର୍ଗମ ଅଞ୍ଚଳରୁ ଉଚ୍ଚଶିକ୍ଷା ଶେଷ କରି ନିଜ ପ୍ରଚେଷ୍ଟାରେ ଶୀର୍ଷରେ ପହଞ୍ଚି ପାରିଥିଲେ। ତାଙ୍କ ବିୟୋଗରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତା, ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଏସକେସିଜି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅନୁସୂଚିତ ଜନଜାତି ଉନ୍ନୟନ କମିଟିର ସଦସ୍ୟ, ବରିଷ୍ଠ ଓଏଏସ ଅଧିକାରୀ ବାଳମୁକୁନ୍ଦ ଭୁୟାଁ, ସୁଦାମ ମଣ୍ତଳ, ଅଶୋକ ଭୁୟାଁ, ସୁଧାକର ଶବର, ଡ. ମହେନ୍ଦ୍ର ଭୁୟାଁ, ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶଙ୍କର ବକ୍ସି, ଯୁବନେତା ଜେମ୍‌ସ ରାଇକା, ଅନ୍ତର୍ଯ୍ୟାମୀ ଗମାଙ୍ଗ, ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନାରାୟଣ ମହାପାତ୍ର, ସୁଶାନ୍ତ ମହାପାତ୍ର, ଲେକା ସିମାଦ୍ରି, ପପୁ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe