ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

Advertisment

ଠିକାଦାରଙ୍କ ରଙ୍ଗଶାଳାରେ ଶୁଭଶ୍ରୀକୁ ହତ୍ୟା କରାଯାଇଛି! ବିଜେପି ଜିଲ୍ଲା ସଭାପତିଙ୍କ ଅଭି‌ଯୋଗ

ଠିକାଦାରଙ୍କ ରଙ୍ଗଶାଳାରେ ଶୁଭଶ୍ରୀକୁ ହତ୍ୟା କରାଯାଇଛି! ବିଜେପି ଜିଲ୍ଲା ସଭାପତିଙ୍କ ଅଭି‌ଯୋଗ

ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଯାଜପୁର/ଦଶରଥପୁର : ଦଶରଥପୁର ବ୍ଲକ୍ ତଥା ଯାଜପୁର ଟାଉନ୍ ଥାନା ଅଧୀନ ଖଣ୍ଡରା ଗ୍ରାମର ଶୁଭଶ୍ରୀ ରାଉତ ହତ୍ୟାକାଣ୍ଡ ନେଇ ବିଜେପି ସଙ୍ଗିନ ଅଭିଯୋଗ ଆଣିଛି। ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଓ ଦଳୀୟ କର୍ମକର୍ତ୍ତାମାନେ ଆଜି ମୃତ ଶୁଭଶ୍ରୀଙ୍କ ପରିବାରକୁ ‌ସାକ୍ଷାତ କରି କ୍ରାଇମବ୍ରାଞ୍ଚ କିମ୍ବା ଏସ୍ଆ‌ଇଟି ଦ୍ବାରା ତଦନ୍ତ ପାଇଁ ଦାବି କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଶାସକ ଦଳର ପ୍ରଭାବଶାଳୀ ବିଦ୍ୟୁତ ଠିକାଦାର ଓ ତାଙ୍କ ସହଯୋଗୀମାନଙ୍କୁ ପୁଲିସ ଛାଡ଼ି ନାମକୁ ମାତ୍ର ଜଣକୁ ଗିରଫ କରି ଚୁପ ହୋଇ ବସିଛି। ଠିକାଦାରଙ୍କ ରଙ୍ଗଶାଳାରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଯଦି ତୁରନ୍ତ ଗିରଫ କରାନଯାଏ ବିଜେପି ରାଜରାସ୍ତାକୁ ଓ‌ହ୍ଲାଇବ ବୋଲି ବିଜେପି ଜିଲ୍ଲା ସଭାପତି ଶ୍ରୀ ରାୟ ଆଜି ଚେତାବନୀ ଦେଇଛନ୍ତି।

ବୁଧବାର ସଂଧ୍ୟାରେ ବିଜେପି କର୍ମକର୍ତ୍ତାମାନେ ମୃତ ଶୁଭଶ୍ରୀଙ୍କ ପରିବାରକୁ ତାଙ୍କ ଘରେ ଭେଟି ସମବେଦନା ଜଣାଇଥିଲେ। ପୁଲିସ ଅର୍ଥ ଓ ରାଜନୈତିକ ଚାପରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ପ୍ରଭାବଶାଳୀ ଅଭିଯୁକ୍ତମାନଙ୍କୁ ଖସାଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି ପୀଡ଼ିତା ପରିବାରକୁ ନ୍ୟାୟ ଦେବାକୁ ଶ୍ରୀ ରାୟ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି । ଶାସକ ଦଳର ଜଣେ ପ୍ରଭାବଶାଳୀ ଠିକାଦାର ଏବଂ ତାଙ୍କ ସହଯୋଗୀ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ଠିକାଦାରଙ୍କ ରଙ୍ଗଶାଳାରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଛି। ଏହାକୁ ଚାପିବା ପାଇଁ ପୁଲିସ୍ ନାଟକ କରୁଛି । ପୀଡ଼ିତା ପରିବାରକୁ ନ୍ୟାୟ ଦେବାକୁ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି ।

ପୁଲିସର ତଦନ୍ତକୁ ଖଣ୍ଡରା ପଞ୍ଚାୟତର ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପୀଡ଼ିତା ପରିବାର, ପଞ୍ଚାୟତ ବାସିନ୍ଦା ଓ ଆଖପାଖ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ଏପରିକି ଖଣ୍ଡରା ପଞ୍ଚାୟତ ପକ୍ଷରୁ ଗତ ୧୮ ତାରିଖରେ ଏକ ସର୍ବଦଳୀୟ ବୈଠକରେ ପୁଲିସର ବେପରୁଆ ମନୋଭାବ ଏବଂ ମନଗଢ଼ା କାହାଣୀକୁ ନିନ୍ଦା କରାଯାଇଛି। ସର୍ବସମ୍ମତି କ୍ରମେ ରାଜ୍ୟ ପଞ୍ଚାୟତିରାଜ ସଚିବଙ୍କ ଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଆସନ୍ତା ୨୩ ତାରିଖ ଶୁକ୍ରବାର ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟାରେ ଶ୍ରୀ ରାୟଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ଉପସଭାପତି ସଂଜୟ ନାୟକ, ଜିଲ୍ଲା ସାଧାରଣ ସଂପାଦକ ସୁଦୀପ୍ତ ପଣ୍ଡା, ୪ ନମ୍ବର ଜୋନ୍ ସଭାପତି ଶ୍ରୀନିବାସ ପରିଡ଼ା, ତପନ ଯେନା, ସୁରେନ୍ଦ୍ର ଦାସ ପ୍ରମୁଖ ପୀଡ଼ିତା ଶୁଭଶ୍ରୀର ବାପା ଶରତ ରାଉତ ଓ ମା ଅହଲ୍ୟା ରାଉତକୁ ଭେଟି ସମବେଦନା ଜଣାଇବା ସହିତ ଉପରୋକ୍ତ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe