କେଟାମଣି ପାହାଡ଼ରେ ନରକଙ୍କାଳ: ଦୁଇଟି ଦରପୋଡ଼ା ମୋବାଇଲ୍, ପ୍ୟାଣ୍ଟ୍, ଚୁଡ଼ିଦାର, ଛୁରି ଜବତ

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟ କେଟାମଣି ପାହାଡ଼ ତଳୁ ଆଜି ଏକ ନରକଙ୍କାଳ ଓ ଖପୁରି ଠାବ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତ ପ‌ରେ କଙ୍କାଳଟି ଜଣେ ଯୁବତୀଙ୍କ (୨୦ରୁ ୨୫ ବର୍ଷ ବୟସ ମଧ୍ୟରେ) ବୋଲି ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟ କେଟାମଣି ପାହାଡ଼ ତଳୁ ଆଜି ଏକ ନରକଙ୍କାଳ ଓ ଖପୁରି ଠାବ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତ ପ‌ରେ କଙ୍କାଳଟି ଜଣେ ଯୁବତୀଙ୍କ (୨୦ରୁ ୨୫ ବର୍ଷ ବୟସ ମଧ୍ୟରେ) ବୋଲି ଜଣାପଡ଼ିଛି।

sdsdd

ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟ କେଟାମଣି ପାହାଡ଼ ତଳୁ ଆଜି ଏକ ନରକଙ୍କାଳ ଓ ଖପୁରି ଠାବ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତ ପ‌ରେ କଙ୍କାଳଟି ଜଣେ ଯୁବତୀଙ୍କ (୨୦ରୁ ୨୫ ବର୍ଷ ବୟସ ମଧ୍ୟରେ) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଦୁଇଟି ଦରପୋଡ଼ା ମୋବାଇଲ୍, ଜିନ୍‌ପ୍ୟାଣ୍ଟ୍, ସାର୍ଟ, ଚୁଡ଼ିଦାର ଓ ଗୋଟିଏ ଛୁରି ମିଳିଛି।

 ଦୁଇଟି ଦରପୋଡ଼ା ମୋବାଇଲ୍, ପ୍ୟାଣ୍ଟ୍, ଚୁଡ଼ିଦାର, ଛୁରି ଜବତ
ପ୍ରାଥମିକ ତଦନ୍ତରୁ ଯୁବତୀ, ହତ୍ୟା ସନ୍ଦେହ

ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ବହୁଦିନ ଧରି ଏଠାରେ ଶବ ପଡ଼ିରହିଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ କଙ୍କାଳଟିକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଆସିକା ଏସ୍‌ଡିପିଓ ସନ୍ତୋଷ ଜେନା ଓ ସୋରଡ଼ା ଥାନାଧିକାରୀ ସୁଧୀର ସାହୁ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛୁରିରେ ଭୁସି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ଶବକୁ ପେଟ୍ରୋଲ୍ ଢାଳି ପୋଡ଼ିବାକୁ ଚେଷ୍ଟା କରା ଯାଇଥିବା ସନ୍ଦେହ କରାଯାଉଛି। କଙ୍କାଳ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe