ନିଖୋଜ ଛାତ୍ରଙ୍କ କଙ୍କାଳ ୨ମାସ ପରେ ଉର୍ମାଗଡ଼ ଜଳପ୍ରପାତରୁ ଜବତ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ନିଖୋଜ ହୋଇଥିବା ଜଣେ ଛାତ୍ରଙ୍କ କଙ୍କାଳ ଆଜି ଦୀର୍ଘ ୬୪ ଦିନ ତଥା ୨ ମାସ ପରେ ଉଦ୍ଧାର ହୋଇଛି। ମୃତକଜଣକ ହେଲେ, କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ଆଦର୍ଶ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଥିବା ରାଖଲ ଗତ ଅକ୍ଟୋବର ୮ ତାରିଖ ଅପରାହ୍ନ‌ରେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଆସିଥିଲେ। ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ।

ସାଙ୍ଗମାନେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ପରିବାରବର୍ଗଙ୍କୁ ଜଣାଇଥିଲେ। ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ସହାୟତାରେ ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ, ପାଣି ଅଧିକ ଥିବାରୁ ରାଖଲଙ୍କ ପତ୍ତା ମିଳି ନଥିଲା। କେବଳ ଏତିକି ନୁହେଁ, ପଥର କିମ୍ବା ଖାଲରେ ରାଖଲ ଲାଖି ରହିଯାଇଥିବା ଅନୁମାନ କରି ନଦୀର ଏକ କିଲୋମିଟର ଦୂରରେ ମାଟି ଓ ବାଲି ବସ୍ତା ପକାଇ ପାଣିର ସ୍ରୋତକୁ କମାଯାଇଥିଲେ ହେଁ, କୌଣସି ସୁଫଳ ମିଳି ନଥିଲା। ଯାହାକୁ ନେଇ ପରିବାରବର୍ଗ ଚିନ୍ତାରେ ପଡ଼ିଥିଲେ। ଆଜି ଦୀର୍ଘ ଦୁଇମାସ ପରେ ରାଖଲଙ୍କ କଙ୍କାଳ ଠାବ ହୋଇଛି। ବର୍ତ୍ତମାନ ପାଣି କମ୍ ଥିବାରୁ କଙ୍କାଳ ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚି ଏହାକୁ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe