ଭଦ୍ରକ ଆରଏମସି ମାର୍କେଟ୍‌ କମ୍ପ୍ଲେକ୍ସ ରାସ୍ତାକଡ଼ ଅଳିଆ ଗଦାରୁ ବାହାରିଲା ମଣିଷର କଙ୍କାଳ

Advertisment

ପୁରୁଣାବଜାର ପୁଲିସର  ତଦନ୍ତ ଆରମ୍ଭ  

ପୁରୁଣାବଜାର ପୁଲିସର  ତଦନ୍ତ ଆରମ୍ଭ  

ଭଦ୍ରକ ଆରଏମସି ମାର୍କେଟ୍‌ କମ୍ପ୍ଲେକ୍ସ ରାସ୍ତାକଡ଼ ଅଳିଆ ଗଦାରୁ ବାହାରିଲା ମଣିଷର କଙ୍କାଳ

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ଆରଏମସି ମାର୍କେଟ କମ୍ପ୍ଲେକସ୍ ରାସ୍ତାକଡ଼ ଅଳିଆଗଦାରୁ ଏକ ମଣିଷର କଙ୍କାଳ ବାହାରିଛି। ଆଜି ଏଇ  ଜଙ୍ଗଲିଆ ରାସ୍ତାକଡରୁ ଅଳିଆ ସଫା‌ କରାଯାଉଥିବା ବେଳେ ଏବେ ନର କଙ୍କାଳ ଦେଖିବାକୁ ମିଳିଥିଲା। ଏଇ କଙ୍କାଳ ମିଳିବା ପରେ ଲୋକମାନେ ପୁରୁଣାବଜାର ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ପୁଲିସ ନର କଙ୍କାଳକୁ ଉଦ୍ଧାର କରି ଅଧିକ  ତଦନ୍ତ ପାଇଁ  ଥାନାକୁ  ନେଇଥିଲେ। ଏଇ ସ୍ଥାନରୁ ନର କଙ୍କାଳ ଉଦ୍ଧାର କରାଯିବା ସହ ଗୋଟିଏ ବ୍ୟାଗ, ଏକ ହଳ ପ୍ୟାଣ୍ଟ ସାର୍ଟ, ଚପଲ, ଏକ ହଳ ପୁଲିସ ଉଦ୍ଧାର କରିଛି। ନର କଙ୍କାଳ ଉଦ୍ଧାରସ୍ଥଳରେ ଥିବା ଏକ ଗଛରୁ ଏକ ଦଉଡ଼ି ଲାଗି ଥିବା  ପୁଲିସ ଜବତ କରିଛି। ଏଇ ଘଟଣାରରେ ପୁରୁଣାବଜାର ପୁଲିସ ଥାନାରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe