ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢେଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

Advertisment
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢେଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରେମାନନ୍ଦ ନାୟକ ବୁଧବାର ଅପରାହ୍ଣରେ ଢେଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଭିନ୍ନ ଟ୍ରେଡରେ ଥିବା କର୍ମଶାଳା ଓ ଓ୍ଵାର୍କସପ୍‌, ସ୍ମାର୍ଟ କ୍ଲାସରୁମ ଓ ଟୁଲରୁମ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ଠାରୁ ନୂତନ ଭାବେ ଏହି ଶିକ୍ଷାନୁଷ୍ଠାନରେ ସିଭିଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷାଦାନ ଆରମ୍ଭ କରାଯାଇଛି। ବିଶେଷ କରି ଏହାର ଅଗ୍ରଗତି ଉପରେ ମନ୍ତ୍ରୀ ନାୟକ ସମୀକ୍ଷା କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କୁ ପଲିଟେକ୍‌ନିକର ବିଭାଗୀୟ କର୍ମଚାରୀ ପଲିଟେକ୍‌ନିକ୍‌ ସମ୍ବନ୍ଧରେ ବିଶେଷ ତଥ୍ୟ ଜଣାଇଥିଲେ। ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ବଜାୟ ରଖିବା ସହ ଛାତ୍ରଛାତ୍ରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ନିଷ୍ଠା ଓ ଶୃଙ୍ଖଳାର ସହ ନିଜର କର୍ତ୍ତବ୍ୟ ସଂପାଦନ ପାଇଁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe