ଜେଲରେ ଶିକ୍ଷା ନେଇଥିବା ଦକ୍ଷତା ସ୍ବାବଲମ୍ବୀ ବନାଇଲା; ସହଯୋଗର ହାତ ବଢାଇଲା ତପଭୂମୀ ଟ୍ରଷ୍ଟ

Advertisment
ଜେଲରେ ଶିକ୍ଷା ନେଇଥିବା ଦକ୍ଷତା ସ୍ବାବଲମ୍ବୀ ବନାଇଲା; ସହଯୋଗର ହାତ ବଢାଇଲା ତପଭୂମୀ ଟ୍ରଷ୍ଟ

ରାୟଗଡା: ଜେଲରେ ଶିକ୍ଷା ନେଇଥିବା ଦକ୍ଷତା କିପରି ନିଜ ଜୀବନକୁ ବଦାଇବା ସହ ସାଧାରଣ ଜୀବନଯାପନ କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ ରାୟଗଡାରେ ଦେଖିବାକୁ ମିଳିଛି। ରାୟଗଡା ବ୍ଲକର ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗ୍ରାମ ଚଞ୍ଚରା ଡ୍ରୁଗୁମର କିଛି ଗ୍ରାମବାସୀ ଏକ ହତ୍ୟା ଘଟଣାରେ ଜେଲରେ ଭର୍ତ୍ତି ହୋଇଥିଲେ। ଜେଲରେ ଚାରି ବର୍ଷ ରହିବା ପରେ ସେଠାରେ ନିଜର ଚାଲିଚଳଣ ଏବଂ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ଜେଲରେ ରହି ସୂତା କାଟିବା ଏବଂ ଲୁଗା ବୁଣିବାର କଳାକୌଶଳ ଏହି ଗ୍ରାମବାସୀମାନେ ଶିକ୍ଷା ଲାଭ କରିଥିଲେ। ତେବେ ଜେଲରୁ ବାହାରିବା ପରେ କିପରି ଗୁଜରାଣ ମେଣ୍ଟାଇବେ ତାହାକୁ ନେଇ ଚିନ୍ତାରେ ପଡିଥିଲେ। ନିଜ ପାଖରେ ଦକ୍ଷତା ଥିଲେ ମଧ୍ୟ ଆର୍ଥିକ ଅନାଟନ ଦେଇ ଗତି କରୁଥିବାରୁ ଏହାର ବିନିଯୋଗ କରିପାରୁନଥିଲେ।

ସମାଜସେବୀ ବଳରାମ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଅଂଚଳରେ ହସ୍ତତନ୍ତ ଓ ଗ୍ରାମଦ୍ୟୋଗ କେନ୍ଦ୍ରର ସ୍ଥାପନ କରି ଏହି ଲୋକମାନଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଥିଲେ। ତେବେ ଏମାନଙ୍କ ପାଇଁ ତପୋଭୂମୀ ଟ୍ରଷ୍ଟ ପକ୍ଷରୁ ଦୁଇଟି ହସ୍ତତନ୍ତ ମେସିନର ସହଯୋଗ କରାଯାଇଛି। ଯାହାଦ୍ବାରା ସେମାନେ ସୂତାକାଟିବା ସହ ସାଢୀ, ଗାମୁଛା, ଲୁଙ୍ଗି ସହ ପୋଷାକ ନିମନ୍ତେ କପଡ଼ା ତିଆରି କରିପାରିବେ। ଏହି ୧୪ ଜଣ ଗ୍ରାମବାସୀଙ୍କ ସହ ଗ୍ରାମର ଅନ୍ୟମାନେ ମଧ୍ୟ ଏହି ତାଲିମ ନେବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା।

publive-image

ବୁଧବାର ଦିନ ଏନେଇ ହସ୍ତତନ୍ତ କେନ୍ଦ୍ର ଉଦଘାଟନ କରାଯାଇଥିଲା। ଜାତୀୟ ସ୍ତରର ଗାନ୍ଧିବାଦୀ ସମାଜସେବୀ ଓ ତପୋଭୂମି ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଚିତ୍ତରଞ୍ଜନ ଷଡଙ୍ଗୀଙ୍କ ଦ୍ଵାରା କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଥିଲା। ରାୟଗଡା ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସହରର ବୁଦ୍ଧିଜୀବି,ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ, ବିକାଶ ସମିତିର ସଭ୍ୟବୃନ୍ଦ ଓ ୨ ଶହରୁ ଊର୍ଧ୍ବ ଗ୍ରାମବାସୀ ଆନନ୍ଦର ସହିତ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଷଡଙ୍ଗୀ କହିଲେ ଆଜିର ଜଗତୀକରଣ ଯୁଗରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ଖଦି ବସ୍ତ୍ର ପୁନର୍ବାର ନିଜ ମହତ୍ଵ ସାବ୍ୟସ୍ତ କରିବାରେ ସକ୍ଷମ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଖାଲି ଖଦି ବସ୍ତ୍ରର ଚାହିଦା ବୃଦ୍ଧି ପାଇନାହିଁ ଆମ ଦେଶରେ ମଧ୍ୟ ଖଦି ବସ୍ତ୍ର ପ୍ରତି ଯୁବ ପିଢୀ ଆକର୍ଷିତ ହେଉଛି।ଏକ ସ୍ୱାଧୀନ ଦେଶର ନାଗରିକ ନିଜ ଖାଦ୍ୟ, ବସ୍ତ୍ର ଓ ବାସଗୃହ ବ୍ୟବସ୍ଥା ନିଜ ପରିବେଶ ଓ ନିଜ ଜ୍ଞାନକୌଶଳର ଉପଯୋଗରେ କରିପାରିଲେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଗ୍ରାମ ସ୍ୱରାଜ୍ୟ ଓ ସ୍ୱାବଲମ୍ବନ ସ୍ୱପ୍ନ ସଫଳ ହୋଇପାରିବ ବୋଲି ସେ ନିଜ ବକ୍ତବ୍ୟରେ ଜୋର୍ ଦେଇଥିଲେ।

ଖଦି ସହିତ ଅନ୍ୟାନ୍ୟ ଗ୍ରାମଦ୍ୟୋଗକୁ ଯୋଡିବାର ପ୍ରୟାସ ବିଷୟରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ସେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ସମାଜସେବୀ ଅବରପ୍ରାପ୍ତ ପ୍ରଫେସର ଦୁଷ୍ମନ୍ତ ମହାନ୍ତି ନିଜ ବକ୍ତବ୍ୟରେ କହିଲେ ବିଲୁପ୍ତପ୍ରାୟ ଖଦିର ପୁନରୁଦ୍ଧାର ସମାଜସେବୀ ବଳରାମ ପଣ୍ଡାଙ୍କର ଏକ ଅଭିନବ ପ୍ରୟାସ ଓ ଏହା ସାମ୍ପ୍ରତିକ ସମୟରେ ଅତୀବ ମହତ୍ତ୍ୱପୂର୍ଣ୍ଣ। ଆଦିବାସୀ ଯୁବଶକ୍ତିକୁ ରୋଜଗାରକ୍ଷମ କରିବା ଓ ଦାଦନ ଦୁଃଖରୁ ମୁକ୍ତି ଦେବା ପାଇଁ ତପୋଭୂମିର ଏଭଳି ଉଦ୍ୟମ ଆଦିବାସୀ ଅଂଚଳରେ ନୂତନ ଆଶା, ବିଶ୍ୱାସ ସୃଷ୍ଟି କରିବ ବୋଲି ସେ ଆଶା ପୋଷଣ କରିଥିଲେ।ତପୋଭୂମି ଟ୍ରଷ୍ଟ ତରଫରୁ ପ୍ରଦତ୍ତ ଦୁଇଟି ହସ୍ତ ତନ୍ତକୁ ସଠିକ୍ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ଆଗକୁ ଆହୁରି ଅଧିକ ତନ୍ତ ଓ ସୁତା କଟା ପାଇଁ ଚରଖା ବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ବାଇସିଙ୍ଗ ବିକାଶ ସମିତିର ସମ୍ପାଦକ ପଙ୍କଜ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe