ଦକ୍ଷତାକୁ ଗୁରୁତ୍ବ ମିଳୁ: ଜୟଶଙ୍କର

Advertisment

ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ବପୂର୍ଣ୍ଣ ଭୂମିକା ରହିଛି। ନାରୀ-ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ବ ଦେବା ଲାଗି ଆହ୍ବାନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର।

ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ବପୂର୍ଣ୍ଣ ଭୂମିକା ରହିଛି। ନାରୀ-ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ବ ଦେବା ଲାଗି ଆହ୍ବାନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର।

ffss

ଭୁବନେଶ୍ବର: ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ବପୂର୍ଣ୍ଣ ଭୂମିକା ରହିଛି। ନାରୀ-ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ବ ଦେବା ଲାଗି ଆହ୍ବାନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନର ଅନ୍ତିମ ଦିବସରେ ‘ଆଦର୍ଶ ମହିଳା ପ୍ରବାସୀ: ମହିଳାଙ୍କ ନେତୃତ୍ବ ଓ ପ୍ରଭାବ-ନାରୀ ଶକ୍ତି’ ପ୍ରସଙ୍ଗ ଉପରେ ଅଧିବେଶନରେ ଆଲୋଚନା ହୋଇଥିଲା। ଏଥିରେ ଶ୍ରୀ ଜୟଶଙ୍କର କହିଥିଲେ ଯେ ମହିଳାଙ୍କ ପୁଷ୍ଟି, ସ୍ବାସ୍ଥ୍ୟ, ଶିକ୍ଷାକୁ ସୁନିଶ୍ଚିତ କରିବା ସହ ‌ସାମାଜିକ ବୈଷମ୍ୟ ଦୂର କରି ସେମାନଙ୍କ ଦକ୍ଷତାକୁ ଉଚିତ ସମ୍ମାନ ଜଣାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ମାତୃତ୍ବକାଳୀନ ଛୁଟି ଅବଧିକୁ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି।

ମୁଦ୍ରା ଯୋଜନାରେ ୩୦କୋଟି ମହିଳା ଉଦ୍ୟୋଗୀଙ୍କୁ ଋଣ, ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟାରେ ୨୮% ବୃଦ୍ଧି, ସୁକନ୍ୟା ସମୃଦ୍ଧି ଯୋଜନାରେ ୩୨ ନିୟୁତ ବ୍ୟାଙ୍କ ଖାତା ଖୋଲା ଯାଇଛି। ଜି-୨୦ ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀ ମହିଳାଙ୍କ ଦକ୍ଷତା ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତରେ ଏହି ବିଶ୍ବ ସମ୍ମିଳନୀକୁ ଏକ ମଞ୍ଚ ଭାବେ ବ୍ୟବହାର କରିବା ଲାଗି ଆହ୍ବାନ ଦେଇଥିବା ‌ସେ ସ୍ମରଣ କରିଥିଲେ। ଇସ୍ରୋର ବୈଜ୍ଞାନିକ ରିତୁ କରିଧାଲଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ଅଧିବେଶନରେ ଶୁଲ୍ଲେଟ୍‌ କକ୍ସ, ପୁନମ ସାଗର, ଖ୍ୟାତନାମା ଉଦ୍ୟୋଗପତି ସୁଦ୍ଧା ମାଜିଥିଆ, ପ୍ରଥମ ମହିଳା ପଣ୍ଡିତ ଇନ୍ଦ୍ରାଣୀ ରାମ ପରସାଦ, ମୈତ୍ରୀ ଯୋଶୀ, ସକଲା ଆପ୍ପାଚ୍ୟୁ ଦେବ୍ରାଜ, କୋକି ଭେବେର, ଲଭଲିନ ବ୍ରେନ୍ନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe