ନଗଡ଼ାରେ କାୟା ବିସ୍ତାର କଲା ଚର୍ମରୋଗ

ନଗଡ଼ାରେ କାୟା ବିସ୍ତାର କଲା ଚର୍ମରୋଗ

କାଳିଆପାଣି: ମାସେ ହେଲା ନଗଡ଼ାର ଘରେଘରେ ଚର୍ମରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ପକ୍ଷରୁ ଅନୁଷ୍ଠିତ ଆରୋଗ୍ୟ ଶିବିରରେ କାଛୁ କୁଣ୍ଡିଆ ରୋଗୀଙ୍କ ଭିଡ଼ ଲାଗିଥିଲା।

ତଳ ନଗଡ଼ାର ଶତାଧିକ ଏବଂ ମଝି ଓ ଉପର ନଗଡ଼ାର ୫୦ ରୁ ଅଧିକ ରୋଗୀଙ୍କୁ ମାଗଣାରେ ଲୋସନ ଓ ସ୍ବତନ୍ତ୍ର ସାବୁନ ବଣ୍ଟନ କରାଯାଇଥିଲା। ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଓ ସରପଞ୍ଚ ଅଞ୍ଜଳି ଦେହୁରୀଙ୍କ ଉପସ୍ଥିତିରେ ତଥା ଡାକ୍ତର ବିଶ୍ବଜିତ ‌ବେହେରା ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା ମଧୁସ୍ମିତା ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ହିନ୍ଦୁରାମ ଚାଖି, ସୁମି କିସ୍କୁ, ଶାନ୍ତିଲତା ରାଉତ, ଦେବେନ୍ଦ୍ର ଦାଶ, ତପନ ପରିଡ଼ା, ମନୋଜ ମହାନ୍ତି, ବିଜୟ ରାଉଳ, ରାଜେନ୍ଦ୍ର ମହାନ୍ତ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe