ସଚିନ ଟ୍ରେଡର୍ସରେ ଜିଏସ୍‌ଟି ଚଢ଼ଉ 

Advertisment
ସଚିନ ଟ୍ରେଡର୍ସରେ ଜିଏସ୍‌ଟି ଚଢ଼ଉ 

Digit Insurance

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ସୁଗୁଡା ଗ୍ରାମରେ ଥିବା ସଚିନ ଟ୍ରେଡର୍ସରେ ଶୁକ୍ରବାର ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସଚିନ ଟ୍ରେଡର୍ସର ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ମାଲିକଙ୍କ ବାସଭବନରେ ଏହି ଚଢ଼ଉ କରାଯାଇଛି। ସଚିନ ଟ୍ରେଡର୍ସ ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କି ଥିବା ନେଇ ସମ୍ବଲପୁର ସିଟି ଓ ଜିଏସ୍‌ଟି ବିଭାଗରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ପାଇବା ପରେ ସମ୍ବଲପୁର ସିଟି ଓ ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍‌ର ବରିଷ୍ଠ ଅଧିକାରୀ ସୁରଞ୍ଜନ ସାଗରଙ୍କ ନେତୃତ୍ଵରେ ୧୧ଜଣିଆ ୨ଟି ଟିମ ଦେବଗଡ଼ ଜିଲ୍ଲା ପୁଲିସ ଚାରି ଜଣିଆ ଟିମ୍‌ ସହାୟତାରେ ଏହି ଚଢ଼ଉ କରିଛନ୍ତି। ତାଙ୍କ ଲ୍ୟାପ୍‌ଟପ୍‌, କାଗଜପତ୍ର ଫାଇଲ ଜବତ କରାଯାଇଛି। ଯାଞ୍ଚ ପରେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଚଢ଼ଉ ସମ୍ବଲପୁର ସିଟି ଓ ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମର ବରିଷ୍ଠ ଅଧିକାରୀ ଶ୍ରୀ ସାଗର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe