କୋଭିଡ୍ ପରିଚାଳନା ପାଇଁ ସ୍କଚ୍‌ ଆୱାର୍ଡ଼ ଦୌଡ଼, ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Advertisment
ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ବ୍ରହ୍ମପୁର : ଦିନେ କରୋନାର ହଟ୍‌ସ୍ପଟ୍‌ ପାଲଟିଥିଲା ଗଞ୍ଜାମ ଜିଲ୍ଲା। କରୋନାର ସଫଳ ମୁକାବିଲା କରିଥିଲା ଟିମ୍‌ ଗଞ୍ଜାମ। ଏହାକୁ ନେଇ ଜାତୀୟସ୍ତରରେ ଗଞ୍ଜାମର ସୁନାମ ବଢ଼ିବାରେ ଲାଗିଛି। ଜାତୀୟସ୍ତରର ସ୍କଚ୍‌ ଆୱାର୍ଡ଼ ଦୌଡ଼ରେ ସେମିଫାଇନାଲ୍‌ ସ୍ତରରେ ସଫଳତାର ସହ ଉନ୍ନୀତ ହୋଇ ଗଞ୍ଜାମ ଫାଇନାଲ୍‌ରେ ପ୍ରବେଶ କରିଛି। ଗୋଷ୍ଠୀ ସହଭାଗିତାରେ କୋଭିଡ଼୍‌ ପରିଚାଳନା କରି ଗଞ୍ଜାମ ଏହି ସମ୍ମାନର ଅଧିକାରୀ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ସେମି ଫାଇନାଲ୍‌କୁ ଉନ୍ନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଥାଉ କି, ଗଞ୍ଜାମ ଜିଲ୍ଲାରେ ମାର୍ଚ୍ଚ ମାସରୁ କୋଭିଡ଼୍‌ କଟକଣା ଆରମ୍ଭ ହୋଇଥିଲା। ମେ ୨ତାରିଖରେ ଜିଲ୍ଲାରେ କରୋନା ପାଦ ଥାପିଥିଲା। ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ଜିଲ୍ଲାରେ ଅଣାୟତ୍ତ ସ୍ଥିତିରେ ପହଞ୍ଚିଥିଲା। କୋଭିଡ୍‌ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ, ଜିଲ୍ଲାବାସୀଙ୍କ ସହଯୋଗ ଓ ଜିଲ୍ଲା ପ୍ରଶାସନର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିଥିଲା। ଆଉ ଗଞ୍ଜାମର କୋଭିଡ଼୍‌ ପରିଚାଳନା ମଡ଼େଲ ସମଗ୍ର ଦେଶରେ ଚର୍ଚ୍ଚା ପରିସରକୁ ଆସିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୮ଜଣଙ୍କ କୋଭିଡ଼୍‌ ପରୀକ୍ଷା କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ବି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଅଦ୍ୟାବଧି ଜିଲ୍ଲାରୁ ୨୧ହଜାର ୮୫୮ଜଣ କୋଭିଡ଼୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୧ହଜାର ୫୮୮ ଜଣ କରୋନାକୁ ଜିତି ସୁସ୍ଥ ହୋଇଥିବା ବେଳେ ୨୪୮ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୧୪ଜଣ ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଅଦ୍ୟାବଧି ଜିଲ୍ଲାରେ ୭ଲକ୍ଷ ୪୦ହଜାର ୪୬୭ଜଣଙ୍କ କୋଭିଡ଼୍‌ ଟେଷ୍ଟ କରାଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe