୧୪ ଯାଏ ମଧ୍ୟମଧରଣର ବର୍ଷା

Advertisment
୧୪ ଯାଏ ମଧ୍ୟମଧରଣର ବର୍ଷା

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ୧୧ ତାରିଖ ବେଳକୁ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହିଛି। ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆହୁରି କୁହାଯାଇଛି ଯେ ବିହାର ଓ ପୂର୍ବ ଉତ୍ତରପ୍ରଦେଶ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର୍‌ରେ ପରିଣତ ହୋଇଛି। ଏଥିସହ ପଞ୍ଜାବଠାରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ୍‌ ବି ସୃଷ୍ଟି ହୋଇଛି। ପ୍ରଭାବରେ ମଧ୍ୟ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ଲାଗି ରହିବ। ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ତେବେ ବଡ଼ ବର୍ଷା ହେବାର ନାହିଁ। ୧୪ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ଯାଜପୁର, ଯାଜପୁର ଏବଂ ଖୋର୍ଦ୍ଧା ଭଳି ଜିଲ୍ଲାଗୁଡ଼ିକ‌ରେ ବୁଧବାର ସକାଳ ମଧ୍ୟରେ କାଳବୈଶାଖୀ ହୋଇପାରେ। ତେଣୁ ଲୋକେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷ‌ରେ ଆଜୁ ଅପରାହ୍‌ଣ ସୁଦ୍ଧା ସମ୍ବଲପୁର ଜିଲ୍ଲା ବାମରାଠାରେ ୩ ସେମି ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା, ରାୟଗଡ଼ା ଜିଲ୍ଲା କାଶିପୁର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କୋରାପୁଟ ଜିଲ୍ଲାର ଜୟପୁର, ଭଦ୍ରକର ଚାନ୍ଦବାଲି, ଧାମନଗର, ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ, କେନ୍ଦ୍ରାପଡ଼ା ବ୍ଲକରେ ୨ ସେମି ଲେଖାଏ ବର୍ଷା ହୋଇଛି। ଏହାବ୍ୟତୀତ ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ବରଗଡ଼, ରାୟଗଡ଼ା, ଭୁବନେଶ୍ବରରେ ଏକ ସେମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ଓ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe