ଔଷଧରେ ସୁସ୍ଥ ହେ‌େବ ଏସ୍‌ଏମ୍‌ଏ ରୋଗୀ

Advertisment
ଔଷଧରେ ସୁସ୍ଥ ହେ‌େବ ଏସ୍‌ଏମ୍‌ଏ ରୋଗୀ

ଏସ୍‌ଏମ୍ଏ ବିରୋଧୀ ଲଢ଼େଇ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅଭିଯାନ

ଭୁବନେଶ୍ବର : ସ୍ପାଇନାଲ ମସ୍କୁଲାର ଆଥ୍ରୋପି ବା ଏସ୍‌ଏମ୍‌ଏ ରୋଗୀଙ୍କ ପାଇଁ ଖୁସିର ଖବର। ଔଷଧ ଦ୍ବାରା ଏହି ବିରଳ ରୋଗ ଭଲ ହୋଇପାରିବ। ନିକଟରେ ଆମେରିକାର ଏକ ଔଷଧ କମ୍ପାନି ଏହି ଔଷଧ ବାହାର କରିଛନ୍ତି। ରୋସ୍‌ ଏଣ୍ଡ ରୋସ୍‌ ଇଣ୍ଡିଆ ପକ୍ଷରୁ ରୋସ୍‌ ଗ୍ଲୋବାଲକୁ ଏ ସଂପର୍କିତ ଔଷଧ ଭାରତକୁ ଆଣିବା ଲାଗି ଉଦ୍ୟମ କରାଯାଇଛି। ମାତ୍ର ଏହି ଔଷଧର ଦାମ ଅଧିକ ରହିଥିବାରୁ ବିନା ସରକାରୀ/ବେସରକାରୀ ସହଯୋଗରେ ଏହା ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବା ସମ୍ଭବ ହେବ ନାହିଁ ବୋଲି କ୍ୟୁୟର ଏସ୍‌ଏମଏ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଗଠନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ଲାଗି ନିବେଦନ କରାଯିବ।

ଏସ୍‌ଏମ୍‌ଏ ଏକ ସ୍ନାୟୁଗତ ବଂଶଗତ ରୋଗ। ସ୍କେଲିଟାଲ ମାଂସପେଶୀରେ ଆବଶ୍ୟକ ସ୍ନାୟୁ କୋଷ ବା ‌ମୋଟର ନ୍ୟୁରନ୍‌ସ ନଷ୍ଟ ହୋଇଯିବା ଫଳରେ ମାଂସପେଶୀ ଚଳପ୍ରଚଳନରେ ସମସ୍ୟା ସୃଷ୍ଟି ହୋଇଥାଏ। ବୟସ ବଢ଼ିବା ସହିତ ଏହା ଅଧିକ ସମସ୍ୟା ସୃଷ୍ଟି କରିଥାଏ। ଯଦିଓ ଏହାର ସମାଧାନ ପାଇଁ ଔଷଧ ବାହାରି ପାରିଛି। ହେଲେ ଏହାର ଦାମ୍ ଅଧିକ ରହିଥିବାରୁ ଭାରତକୁ ଏହି ଔଷଧ ଆଣିବା ଲାଗି ଫାର୍ମା କମ୍ପାନି ଇଚ୍ଛୁକ ନୁହନ୍ତି। ଭାରତରେ ଏହି ଔଷଧ ଲାଗି ବୀମା/ପରିଶୋଧ କରାଯିବା ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ଔଷଧ ଆସିବାରେ ବାଧକ ସାଜିଛି। ତେଣୁ ପିପିପି ମୋଡ୍‌ କିମ୍ବା ଅନ୍ୟ ସହାୟତାରେ ଏହି ଔଷଧ ଯୋଗାଇବା ଲାଗି ଉଦ୍ୟମ କରାଯିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe