ମୟୁରଭଞ୍ଜ: ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭଉଣୀ ମୃତ

ମୟୁରଭଞ୍ଜ: ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭଉଣୀ ମୃତ

ବେତନଟି: ଉତ୍ତ୍ୟକ୍ତ ସାନ ଭାଇର କାଠ ଫାଳିଆ ମାଡ଼ରେ ଶୁକ୍ରବାର ବଡ଼ ଭଉଣୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଶିଳପୁନିଆ ଗାଁର ରବି ମହାକୁଡଙ୍କ ପୁଅ ବାପୁନ ମହାକୁଡ ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ ଭଉଣୀ କୁନି ମହାକୁଡଙ୍କୁ ଏକ କାଠ ଫାଳିଆରେ ଶକ୍ତ ପ୍ରହାର କରିଥିଲା। ଘଟଣାସ୍ଥଳରେ ହିଁ କୁନି ଗୁରୁତର ଆହତ ହେବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାରିପଦାସ୍ଥିତ ଜିଲ୍ଲା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କୁନିର ମୃତ୍ୟୁ ଘଟିଥିଲା। କୁନିର ୨ଟି ପୁଅ ଅଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇ ଘଟଣାର ତଦନ୍ତ କରୁଛି।

ପାରିବାରିକ ସମସ୍ୟା ନେଇ ଉଭୟ ଭାଇ ଓ ଭଉଣୀଙ୍କ ମଧ୍ୟରେ କିଛି ଦିନ ହେବ ଯୁକ୍ତି ତର୍କ ହୋଇ ଆସୁଥିଲା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ କୁନିର ବିବାହ ହୋଇଥିଲା। ସେ କିଛି ଦିନ ତଳେ ବାପ ଘରକୁ ଆସିଥିବା ବେଳେ ପାରିବାରିକ ସମସ୍ୟା ନେଇ ଭାଇ-ଭଉଣୀଙ୍କ ମଧ୍ୟରେ କଳି ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe