ବଡ଼ଭାଇକୁ ଶାବଳରେ ଭୁସିଦେଲା ସାନ

Advertisment
ସାଙ୍ଗକୁ ବୀଭତ୍ସ ହତ୍ୟା: ବ୍ଲେଡ୍‌ରେ ବେକ କାଟିଲା, ପଥରରେ ମୁଣ୍ଡ ଛେଚିଲା

The News Minute

ଦେବଗଡ଼: ଦେବଗଡ଼ ଥାନା ବଳମ ଗ୍ରାମର ଶିବ ମନ୍ଦିର ସାହିରେ ଶାବଳରେ ଭୁସି ବଡ଼ଭାଇକୁ ହତ୍ୟା କରିଛି ସାନ। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍‌ରେ ଘଟିଛି ଏହି ଘଟଣା। ମୃତକ ହେଲେ ସନ୍ତୋଷ ବେହେରା (୩୦)। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ୍‌ ଅନ୍ତର୍ଗତ ବଳମ ଗ୍ରାମର ଶିବ ମନ୍ଦିର ସାହିରେ ରୁହନ୍ତି ସ୍ବର୍ଗତ ସୁଶୀଲ ବେହେରାଙ୍କ ୨ ପୁଅ। ବଡ଼ପୁଅ ସନ୍ତୋଷ ବେହେରା ଓ ସାନପୁଅ ଶୁକ୍ରୁ ବେହେରା (୨୫)। ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ବୁଧବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଉଭୟ ଭାଇ ମଧ୍ୟରେ ପାଟିତୁଣ୍ଡ ଗୁରୁତର ରୂପ ଧାରଣ କରିଥିଲା। ଏଥିରେ ସାନଭାଇ ଶୁକ୍ରୁ ଉତ୍ତ୍ୟକ୍ତ ହୋଇ ବଡ଼ଭାଇ ସନ୍ତୋଷଙ୍କୁ ଶାବଳରେ ଭୁସି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe