ସ୍ମାର୍ଟସିଟି ରାଉରକେଲା ଖୋଲା ଶୌଚମୁକ୍ତ ସହର; କିନ୍ତୁ, ବାସ୍ତବ ଚିତ୍ର ଓଲଟା

ସ୍ମାର୍ଟସିଟି ରାଉରକେଲା ଖୋଲା ଶୌଚମୁକ୍ତ ସହର; କିନ୍ତୁ, ବାସ୍ତବ ଚିତ୍ର ଓଲଟା

Mapio.net

ରାଉରକେଲା : ସ୍ବଚ୍ଛ ଭାରତ ମିସନରେ ରାଉରକେଲା ମହାନଗର ନିଗମ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟସିଟିକୁ ଖୋଲା ଶୌଚମୁକ୍ତ ସହର ଘୋଷଣା କରୁଛି। ସହରବାସୀଙ୍କୁ ଆର୍‌ଏମ୍‌ସି ସମସ୍ତ ପ୍ରକାର ସୁଯୋଗ ଦିଆଯାଉଛି ବୋଲି ପ୍ରଚାର ପ୍ରସାର କରାଯାଉଛି। ଏବେ ବି ଅଧିକାଂଶ ବସ୍ତିରେ ଶୌଚାଳୟ ନାହିଁ। ଶୌଚାଳୟଟିଏ ନଥିବାରୁ ଶହ ଶହ ଲୋକ ବାହାରେ ଶୌଚ ହେଉଛନ୍ତି। ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ୩ ନମ୍ବର ଓ୍ବାର୍ଡ଼ର ୧୧ଟି ବସ୍ତିରେ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ଏହି ଓ୍ବାର୍ଡରେ ଦେହୁରି ବସ୍ତି, ସେଠୀ ବସ୍ତି, ଖାଦାନ ବସ୍ତି, ରାମ ବସ୍ତି, ଚେକ୍ ଗେଟ୍ ବସ୍ତି, ଧବେଳଶ୍ବର ବସ୍ତି, ଲୋହରା ବସ୍ତି, ମୁଣ୍ଡା ବସ୍ତି, ଡେଡେଙ୍ଗ ବସ୍ତି, ଗଞ୍ଜାମ କଲୋନି ଓ ତେଲଗୁ ବସ୍ତି ରହିଛି। ୧୦ ହଜାରରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି।

publive-image Twitter

ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ସେମାନେ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ରହିଆସୁଛନ୍ତି। ଏଠାରେ ରହୁଥିବା ଅଧିକାଂଶ ଲୋକ ଆଦିବାସୀ ସଂପ୍ରଦାୟର। ସେମାନେ ସାଧାରଣତଃ ଶ୍ରମିକ, ଉଠାବେପାରୀ, ଅଟୋ ଚାଳକ ଓ ଘରୋଇ ସହାୟକଭାବେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ସେମିତିରେ ଆକଳନ କଲେ ଏହି ବସ୍ତିର ଲୋକ ପ୍ରତିଦିନ ରୋଜଗାର କଲେ ଚୁଲି ଜଳେ। ମାତ୍ର ଏତେ ବର୍ଷ ରହିବା ପରେ ବି ସେମାନଙ୍କୁ ସରକାରୀ ଯୋଜନାରେ ପକ୍କା ଘର ମିଳିପାରି ନାହିଁ। ଝୁମ୍ପୁଡ଼ି ଘରେ ପଲିଥିନ୍ ଛପର ତଳେ ବହୁ ପରିବାର ରହୁଛନ୍ତି। ତେଣୁ ସେମାନେ ନିଜସ୍ବ ଖର୍ଚ୍ଚରେ ପାଇଖାନା ନିର୍ମାଣ କରିପାରିନାହାନ୍ତି। କୌଣସି ସରକାରୀ ଯୋଜନାରେ ମଧ୍ୟ ସେମାନଙ୍କୁ ବ୍ୟକ୍ତିଗତ ପଇଖାନା ତିଆରି କରିବା ପାଇଁ ଅନୁମତି ମିଳିନାହିଁ। ଗୋଷ୍ଠୀଶୌଚାଳୟଟିଏ ନଥିବାରୁ ଏବେ ଶହ ଶହ ଲୋକ ବାହାରେ ଶୌଚ କରିବାକୁ ଯାଉଛନ୍ତି।

publive-image The New Indian Express

ଡ୍ରେନେଜ ବ୍ୟବସ୍ଥା ଆହୁରି ସାଂଘାତିକି। ପ୍ରମୁଖ ଡ୍ରେନଗୁଡ଼ିକ ବାଦ୍‌ ଦେଲେ ଛୋଟ ଛୋଟ ଡ୍ରେନଗୁଡ଼ିକ ସଫେଇ ଅଭାବରୁ ପୋତି ହୋଇଗଲାଣି। ଅସରାଏ ବର୍ଷା ହେଲେ ଡ୍ରେନ ପୁରି ରାସ୍ତା ଉପରେ ମଇଳା ପାଣି ଭାସୁଛି। ବେଳେବେଳେ ଖାଦାନ ବସ୍ତି, ଚେକ୍ ଗେଟ୍ ବସ୍ତି, ଲୋହରା ବସ୍ତି, ମୁଣ୍ଡା ବସ୍ତି, ତେଲଗୁ ବସ୍ତିରେ ଘରେ ପାଣି ପଶି ଲହଡ଼ି ମାରୁଛି। ରାସ୍ତା ତିଆରି ହେବାର କିଛି ଦିନ ପରେ ପୁଣି ବିଭିନ୍ନ କାମ ପାଇଁ ଖୋଳି ଦିଆଯାଉଛି। ଅଦିନିଆ ବର୍ଷା ହେଲେ ସ୍ଥାନୀୟ ଲୋକ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସ୍ଥାନରେ ଆଲୋକ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ। ରାତି ହେଲେ ବସ୍ତିରେ ନିଶାଡ଼ିଙ୍କ ଆଡ୍ଡା ଜମୁଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକ ଏକାଧିକବାର ପୁଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଫଳ କିନ୍ତୁ ଶୂନ୍‌। ଏନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି, ହକି ବିଶ୍ବ କପ୍ ପାଇଁ ରାଉରକେଲା ସହରର ଚକାଚକ୍ ହେଉଛି। କିନ୍ତୁ ବସ୍ତିର ମୌଳିକ ସମସ୍ୟାକୁ ଗୁରୁତ୍ବ ଦିଆଯାଉନି। ରାସ୍ତା ସଂପ୍ରସାରଣ ହେଉଛି। ରାସ୍ତା ନିକଟରେ ରହୁଥିବା ବସ୍ତି ଗୁଡ଼ିକ ଖାଲୁଆ ହେଉଛି। ଡ୍ରେନ୍ ମଧ୍ୟ ନାହିଁ। ଅଦିନିଆ ବର୍ଷା ହେଲେ ଘରେ ପାଣି ଲହଡ଼ି ମାରୁଛି। ବର୍ଷା ଦିନ ସ୍ଥିତି ଶୌଚନୀୟ ହେଉଛି। ସରକାର ସ୍ମାର୍ଟସିଟିକୁ ଖୋଲା ଶୌଚମୁକ୍ତ ସହର ଘୋଷଣା କରୁଛନ୍ତି ସତ୍ କିନ୍ତୁ ଲୋକଙ୍କ ନିକଟରେ ଶୌଚାଳୟ ପହଞ୍ଚିନି। ଏବେ ବି ଏଠାରେ ଲୋକ ବାହାରେ ଶୌଚ କରୁଛନ୍ତି। ଏହା କେବଳ କାଗଜ ପତ୍ରରେ ବାହ୍ୟମଳମୁକ୍ତ ସହର ଘୋଷଣା ହେଇଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe