ଶବ ଦାହ ସହ ୨୨ ଅସ୍ଥି କଳସ ବିସର୍ଜନ କରିବେ ଶ୍ମଶାନବନ୍ଧୁ

Advertisment
ଶବ ଦାହ ସହ ୨୨ ଅସ୍ଥି କଳସ ବିସର୍ଜନ କରିବେ ଶ୍ମଶାନବନ୍ଧୁ

ସୁନ୍ଦରଗଡ଼: ହାଡ଼ଭଙ୍ଗା ଶୀତ ହେଉ କି ବାଦଲଫଟା ବର୍ଷା କିମ୍ବା ଅଗ୍ନିବର୍ଷୀ ଗ୍ରୀଷ୍ମ ତାତି ସୁନ୍ଦରଗଡ ସହରର ଶ୍ମଶାନବନ୍ଧୁଙ୍କ ମାନବିକ ଯାତ୍ରାରେ  ବିରାମ ନାହିଁ। ଅସହାୟ, ଅଜଣା ଲୋକଙ୍କ ଶେଷଯାତ୍ରାର ସାଥି ହୋଇ ବାଣ୍ଟି ଚାଲିଛନ୍ତି ମାନବିକତାର ବାର୍ତ୍ତା। ଶତାଧିକ  ଶବ ସତ୍କାର ସହ, ୩୫ଟି ଅସ୍ଥି କଳସ ବିସର୍ଜନ କରି  ଅନ୍ଯମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ଶ୍ମଶାନବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, କମଲେଶ ନଥାନୀ, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, ଚିଣ୍ଟୁ ରକ୍ସା ଓ ଦେବେନ ସାହୁ ୨ ଦିନ ମଧ୍ଯରେ ପୁଣି ୪ ଜଣଙ୍କ ଶବ ସତ୍କାର କରିଛନ୍ତି। ଏହା ସହ  ୨୨ ଜଣ ଅସହାୟ, ଅଜଣା, ପରିତ୍ୟକ୍ତ ତଥା ଜାତି ପ୍ରଥାର ଶିକାର ହୋଇ ବାସନ୍ଦ ହୋଇ ଥିବା ମୃତକଙ୍କ ଅସ୍ଥିକଳସକୁ   ଆସନ୍ତା ଜୁଲାଇ ମାସରେ ପ୍ରୟାଗରାଜ ଠାରେ ସାମୁହିକ ବିସର୍ଜନ  କରିବାକୁ ସ୍ଥିର କରିଛନ୍ତି ଶ୍ମଶାନବନ୍ଧୁ।

publive-image

ଏପ୍ରିଲ ୧୮ରେ ସୁନ୍ଦରଗଡ଼ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁତ୍ରଙ୍କ ଶବ ସଂସ୍କାର ପରେ ହେମଗିର ଥାନା ଅନ୍ତର୍ଗତ ଛତାବର ଗ୍ରାମର  ୭୨ ବର୍ଷିୟା ଅସହାୟ ଦୁଃଖିନୀ କିସାନଙ୍କ ମୃତଦେହ ପଶ୍ଚିମ ଓଡିଶା ଯୁବାମଞ୍ଚର ସଦସ୍ୟଙ୍କ ସହଯୋଗରେ ଦାହସଂସ୍କାର କରାଯାଇଥିଲା। ସେହିପରି  ସୁନ୍ଦରଗଡ଼ ସହର ଭିତ୍ରିଆପଡା ନିବାସୀ ରବୀନ୍ଦ୍ର ପାଣ୍ଡେଙ୍କ ଶବ ସତ୍କାର କରିଥିଲେ ଶ୍ମଶାନବନ୍ଧୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe