ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ମାମଲାରେ ବଡ଼ ଷଡ୍‌ଯନ୍ତ୍ରର ଗନ୍ଧ: ପୂରା ତଦନ୍ତ କରିବ ଏନ୍‌ଆଇଏ

Advertisment

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକ ମାମଲାର ତଦନ୍ତଭାର ନେବ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ)। ଏହି ବଡ଼ଧରଣର ବିସ୍ଫୋରକ ଲୁଟ୍‌ ମାମଲାରେ ଏକ ବଡ଼ ଷଡ୍‌ଯନ୍ତ୍ରର ଗନ୍ଧ ଥିବାରୁ ଏନ୍‌ଆଇଏ ଏହାର ତଦନ୍ତ କରିବ।

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକ ମାମଲାର ତଦନ୍ତଭାର ନେବ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ)। ଏହି ବଡ଼ଧରଣର ବିସ୍ଫୋରକ ଲୁଟ୍‌ ମାମଲାରେ ଏକ ବଡ଼ ଷଡ୍‌ଯନ୍ତ୍ରର ଗନ୍ଧ ଥିବାରୁ ଏନ୍‌ଆଇଏ ଏହାର ତଦନ୍ତ କରିବ।

NIA

NIA Photograph: (NIA)

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକ ମାମଲାର ତଦନ୍ତଭାର ନେବ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ)। ଏହି ବଡ଼ଧରଣର ବିସ୍ଫୋରକ ଲୁଟ୍‌ ମାମଲାରେ ଏକ ବଡ଼ ଷଡ୍‌ଯନ୍ତ୍ରର ଗନ୍ଧ ଥିବାରୁ ଏନ୍‌ଆଇଏ ଏହାର ତଦନ୍ତ କରିବ। ଏଥିପାଇଁ ଏନ୍‌ଆଇଏ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରାଯାଇଛି। 

ଏହି ମାମଲା ଏବେ ଓଡ଼ିଶା ପୁଲିସ ହାତରେ ରହିଛି। ସୁନ୍ଦରଗଡ଼ ଏସ୍‌ପିଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ ଚାଲିଛି। ଏନ୍‌ଆଇଏ ମଧ୍ୟ ନିଜ ଆଡ଼ୁ ତଦନ୍ତ କରିଛି। ତେବେ ପୂରା ତଦନ୍ତଭାର ନେବା ଲାଗି ଏନ୍‌ଆଇଏ ପକ୍ଷରୁ କୋର୍ଟରେ କେସ୍‌ ରେକର୍ଡ  ଦାଖଲ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ହୋଇଥିବା ଆବେଦନ ଅନୁସାରେ ଏହା ଏକ ସଙ୍ଗିନ ମାମଲା। ଏଥିରେ ଦେଶ ବିରୋଧୀ ବଡ଼ ଷଡ୍‌ଯନ୍ତ୍ରର ସୁରାକ ମିଳିଛି। ଲୁଟ୍‌ ପରେ ଏତେ ପରିମାଣର ବିସ୍ଫୋରକ କୌଣସି ଆତଙ୍କବାଦୀ ସଂଗଠନ ହାତକୁ ଯିବାର ଥିଲା। ତେଣୁ ମାମଲାର ଗମ୍ଭୀରତା ଦୃଷ୍ଟିରୁ ଏନ୍‌ଆଇଏ ସମ୍ପୂର୍ଣ୍ଣ ତଦନ୍ତ ଦାୟିତ୍ବ ନେବ। ଏବେ ଓଡ଼ିଶା ପୁଲିସ ମାମଲାର ତଦନ୍ତ ଜାରି ରଖିଛି ଏବଂ ବିସ୍ଫୋରକ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ୍‌ଙ୍କୁ ଗିରଫ କରିଛି।

 କୋର୍ଟ ଜରିଆରେ ଡିଜିପିଙ୍କୁ  ଜଣାଇଲେ, ତଦନ୍ତକାରୀ ଅଧିକାରୀଙ୍କଠାରୁ ମାମଲା ସମ୍ବନ୍ଧୀୟ ତଥ୍ୟ ମାଗିଲେ

ସେହିଭଳି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୁଟ୍‌ ବିସ୍ଫୋରକର ୮୦ ପ୍ରତିଶତ ଜବତ କରିଛି। କିନ୍ତୁ ବାକି ୨୦ପ୍ରତିଶତ ବିସ୍ଫୋରକ ମିଳିନାହିଁ। ଓଡ଼ିଶା ପୁଲିସ ଏହି ମାମଲାରେ ମୂଳ ରେକର୍ଡ କୋର୍ଟରେ ଦାଖଲ କରିବାକୁ ଏନ୍‌ଆଇଏ ଆବେଦନ କରିଛି। ଏଥିପାଇଁ ଓଡ଼ିଶା ଡିଜିପିଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏନ୍‌ଆଇଏ ପିଟିସନ୍‌ରେ ଉଲ୍ଲେଖ କରିଛି। ମାମଲାର ତଦନ୍ତ କରୁଥିବା କେ. ବଲାଙ୍ଗ ଥାନାର ତଦନ୍ତକାରୀ ଅଫିସର ତଦନ୍ତ ସଂପର୍କିତ ସମସ୍ତ ଦସ୍ତାବିଜ୍ ଏନ୍‌ଆଇଏର ମୁଖ୍ୟ ତଦନ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ପିଟିସନ୍‌ରେ ଉଲ୍ଲେଖ ରହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ମୁତାବକ ମାମଲାଟି ଜାତୀୟ ତଦନ୍ତକାରୀ ଏଜେନ୍‌ସି ଶ୍ରେଣୀଭୁକ୍ତ। ବଡ଼କଥା ହେଉଛି, ଏହି ମାମଲାରେ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି ଏବଂ ସେ ଜଣେ ମାଓବାଦୀଙ୍କ ସୂଚନାଦାତା ବୋଲି କୁହାଯାଉଛି। ତେଣୁ ଏହି ଲୁଟ୍‌ ପଛରେ ମାଓବାଦୀଙ୍କ ହାତ ଥିବାରୁ ଏହା ଦେଶ ବିରୋଧରେ ଏକ ବୃହତ୍ ଅପରାଧିକ ଷଡ୍‌ଯନ୍ତ୍ର ବୋଲି ଆଶଙ୍କା କରାଯାଉଛି। ଏଣୁ ଏନ୍‌ଆଇଏ ଏହି ମାମଲାର ଖୋଳତାଡ଼ କରି ଲୁଟ୍‌ ପଛରେ ଥିବା ଟପ୍‌ କ୍ୟାଡର୍‌ ମାଓବାଦୀଙ୍କ ଯୋଜନାର ପର୍ଦ୍ଦାଫାସ କରିବ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe